ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ଏହି ଅବସରରେ ମିଲ୍ଖାଙ୍କ ପରିବାର ସଦସ୍ୟ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ‘ଦି ଫ୍ଲାଇଂ ଶିଖ୍’ ଭାବେ ପରିଚିତ ମିଲ୍ଖା କୋଭିଡ୍ଜନିତ ଜଟିଳତା ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ପୁଅ ଜିଭ୍ ମିଲ୍ଖା ସିଂ ମୁଖାଗ୍ନି ଦେଇଥିଲେ। ପୋଲିସ ପକ୍ଷରୁ ବନ୍ଧୁକ ସଲାମି ଦିଆଯାଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ଉପସ୍ଥିତ ରହିଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡ଼ ପ୍ରଶାସନର ଭି.ପି. ସିଂ ବାଡ୍ନୋର, ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ, ହରିୟାଣା କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ଅନ୍ୟତମ। ପିଜିଆଇଏମ୍ଇଆର୍ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଜଗତ୍ ରାମ ମଧ୍ୟ ଉପସ୍ଥିତ ଥିଲେ, ଯେଉଁଠାରେ ମିଲ୍ଖା ଚିକିତ୍ସିତ ହେଉଥିଲେ। କିମ୍ବଦନ୍ତୀ ଆଥ୍ଲେଟଙ୍କୁ ସମ୍ମାନ ଜଣାଇ ପଞ୍ଜାବ ସରକାର ରାଜ୍ୟରେ ଶୋକ ଘୋଷଣା କରିବା ସହ ଗୋଟିଏ ଦିନ ଛୁଟି ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ମିଲ୍ଖାଙ୍କ ସ୍ତ୍ରୀ ତଥା ପୂର୍ବତନ ଜାତୀୟ ମହିଳା ଭଲିବଲ୍ ଅଧିନାୟିକା ନିର୍ମଳା କୌରଙ୍କର ମଧ୍ୟ କୋଭିଡ୍ଜନିତ ସମସ୍ୟା ଯୋଗୁ ଗତ ରବିବାର ମୃତ୍ୟୁ ଘଟିଛି। ଗଲ୍ଫ ଖେଳାଳି ଜିଭ୍ଙ୍କ ବ୍ୟତୀତ ମିଲ୍ଖାଙ୍କ ୩ ଝିଅ ରହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.