ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୫୮ରେ ବାରବାଟୀରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା। ଏଥିରେ ସେ ୧୦୦ ଓ ୨୦୦ ମିଟର ଇଭେଣ୍ଟରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୦ ମିଟର ଫାଇନାଲରେ ସେ ୪୬.୨ ସେକେଣ୍ଡ ସମୟ ନେଇ ଏସୀୟ ରେକର୍ଡ ହାସଲ କରିଥିଲେ। ତେବେ ସେ ନିଜେ ତାଙ୍କ ପ୍ରଦର୍ଶନକୁ ବିଶ୍ୱାସ କରିପାରି ନ ଥିଲେ। ଏତେ କମ୍ ସମୟରେ ଦୌଡ଼ିବା କଥାକୁ ସେ ହଜମ କରିପାରି ନ ଥିଲେ। ତେଣୁ ସେ ଫିତା ନେଇ ପରଦିନ ବାରବାଟୀର ଟ୍ରାକ୍ ମାପିଥିଲେ। ଲେନ୍ଥ ଠିକ୍ ଅଛି ବୋଲି ସେ ହୃଦୟଙ୍ଗମ କରିଥିଲେ ଓ ସନ୍ତୋଷ ଲାଭ କରିଥିଲେ। ଏହାପରେ ସେ ୨୦୧୬ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ ଓ ଟ୍ରାକ୍ ଆଣ୍ଡ ଫିଲ୍ଡରେ ଆଥ୍ଲେଟଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.