ଭୁବନେଶ୍ୱର,୧୪।୬ : ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ ଜଣେ ଅବରସରପ୍ରାପ୍ତ ଜିଲାପାଳଙ୍କ ଘରୁ ସୋମବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କୁ ପ୍ରାୟ ଏକ ବର୍ଷ ହେଲା ଘରେ ଶ୍ରମିକ ଭାବେ କାମ କରାଉଥିଲେ। ଅଭିଯୋଗ ପାଇ ଚଢ଼ାଉ କରିଥିଲା ଚାଇଲ୍ଡ ଲାଇନ୍ ଓ ସ୍ଥାନୀୟ ପୋଲିସ।
ନାବାଳିକାଙ୍କୁ ଅତିରିକ୍ତ ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯାଇଥିଲା। ପଚରାଉଚୁରା କରାଯାଇ ସେଠାରୁ କଳିଙ୍ଗବିହାରସ୍ଥିତ ଏକ ଆଶ୍ରୟ ସ୍ଥଳକୁ ପଠାଇ ଦିଆଯାଇଛି। ଚାଇଲ୍ଡ ଟ୍ରାଫିକିଂ ନେଇ ନୟାପଲ୍ଲୀ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର ନାବାଳିକାଙ୍କ ଘର ବ୍ରହ୍ମପୁରରେ। ତାଙ୍କ ବାପା ଜଣେ ଟ୍ରଲି ଚାଳକ ହୋଇଥିବାବେଳେ ମା’ ପର ଘରେ କାମ କରନ୍ତି। ନାବାଳିକା ଜଣକ ୫ ଶ୍ରେଣୀରେ ପଢ଼ୁଥିବାବେଳେ ଗତବର୍ଷ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ୨୦୨୦ ନଭେମ୍ବର ମାସରୁ ଅବସରପ୍ରାପ୍ତ ଜିଲାପାଳଙ୍କ ଘରେ ରହି ମାସିକ ପାରିଶ୍ରମିକରେ ସେ କାମ କରୁଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.