ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ ଏନ୍ଜିଓ ପକ୍ଷରୁ ମଙ୍ଗଳବାର ରାତିରେ ଲଗାଇଯାଇଛି ଏହି ପୋଷ୍ଟର। ଏଥିରେ ନିଖୋଜ ବିଧାୟକଙ୍କୁ ବିଧାନସଭା ଆଣିଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଉଲ୍ଲେଖ ରହିଛି।
ଏନ୍ଜିଓ ପ୍ରତିନିଧି ଅନିଲ କୁମାର ବିଶିଷ୍ଟ ବଣ୍ଟି ଅଭିଯୋଗ କରିଛନ୍ତି, ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବାସୀନ୍ଦାଙ୍କୁ ସିଦ୍ଧୁ ମିଳୁ ନାହାନ୍ତି। ଏହି ଅଞ୍ଚଳରେ ସିଦ୍ଧୁଙ୍କ କାର୍ଯ୍ୟକାଳରେ କୌଣସି ପ୍ରକାର ଉନ୍ନତିମୂଳକ କାମ ହୋଇନାହିଁ। ପୂରା ନିର୍ବାଚନ ମଣ୍ଡଳୀର ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଓ ପାଣି ଦେଖାଯାଉଛି।
ଅମ୍ରିତସରରେ ସିଦ୍ଧୁ ନିଖୋଜ ପୋଷ୍ଟର ଦେଖିବାକୁ ମିଳିବା ପ୍ରଥମ ଘଟଣା ନୁହେଁ । ପ୍ରାୟ ୧୦ ବର୍ଷ ତଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ସେତେବେଳେ ସେ ଭାଜପାର ସଦସ୍ୟ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.