କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା ପୋଲିସ ଭର୍ଚୁଆଲରେ ତାଙ୍କୁ ପଚରାଉଚରା କରୁଛି। ସକାଳ ୧୦ଟା୦୫ରୁ ଏଯାଏ ପୋଲିସ ତାଙ୍କୁ ଭାଜପା ରାଲିରେ ଦେଇଥିବା ବିବାଦୀୟ ବୟାନ ଉପରେ ପଚରାଉଚରା କରୁଥିବା ଜଣାପଡ଼ିଛି। ଏଥିସହ ମିଥୁନଙ୍କ ବୟାନ ରେକର୍ଡ ମଧ୍ୟ କରାଯାଉଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚର ପ୍ରଥମ ସପ୍ତାହରେ ମିଥୁନ ଚକ୍ରବର୍ତ୍ତୀ ଭାଜପାରେ ସାମିଲ ହୋଇଥିଲେ। କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ସେ ଭାଜପାର ହାତ ଧରିଥିଲେ। ଏହି ସମୟରେ ମିଥୁନ ମଞ୍ଚ ଉପରେ ରଣହୁଙ୍କାର ଦେବା ସହ କହିଥିଲେ, ମୁଁ ଜଣେ କୋବ୍ରା। ଯଦି କେହି ଅଧିକାର ଛଡ଼ାଇ ନିଅନ୍ତି ତେବେ ମୁଁ ଠିଆ ହୋଇଯିବି। ଏତଦ୍ ବ୍ୟତୀତ ମିଥୁନ ତାଙ୍କର ଏକ ବେଶ୍ ଜଣାଶୁଣା ଡାଇଲଗ୍ ଏଠି ମାରିବି, ଶ୍ମଶାନରେ ପଡ଼ିବ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ନେଇ କୋଲକାତା ମାନିକତଲା ପୋଲିସ ଥାନାରେ ଅଭିଯୋଗ କରାଯାଇଥିଲା। ମିଥୁନଙ୍କ ଏହି ବୟାନ ଯୋଗୁ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ସୃଷ୍ଟି ହୋଇଥିଲା ବୋଲି ଏହି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ତେବେ ପୋଲିସ ମିଥୁନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ପଚରାଉଚରା ଜାରି ରଖିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.