ନୂଆଦିଲ୍ଲୀ,୮।୬: ଦେଶର ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀର ଲୁଟିୟେନ୍ସ୍ ଜୋନ୍ରେ ଆଧୁନିକ ବଙ୍ଗଳା ଯୋଗାଇ ଦିଆଯାଇଛି। ଏସବୁ ମୁଖ୍ୟମନ୍ତ୍ରୀମାନେ ଭାଜପା ଅବା ଏନ୍ଡିଏ ଅଂଶ ବିଶେଷ ବୋଲି ଆର୍ଟିଆଇ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରିପୋର୍ଟ ମିଳିଛି। ଏହି ଜୋନ୍ରେ ସାଧାରଣତଃ ମନ୍ତ୍ରୀ, ଏମ୍ପି, ବିଚାରପତି, ପ୍ରଶାସନିକ ଅଧିକାରୀ ତଥା ପ୍ରତିରକ୍ଷା ଅଧିକାରୀଙ୍କୁ ବଡ଼ କ୍ୱାଟର(ବଙ୍ଗଳା) କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏଠାରେ ବଙ୍ଗଳା ପାଇବା ସହଜ ନୁହେଁ। ତେବେ ମଧ୍ୟ ୯ ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ମାସିକ ୫ ହଜାର ଟଙ୍କାରୁ କମ୍ ଭଡ଼ାରେ ବଙ୍ଗଳା ପ୍ରଦାନ କରାଯାଇଛି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବଙ୍ଗଳା ଭଡ଼ା ମାସକୁ ୪,୬୧୦ ଟଙ୍କା ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗମୋହନ ରେଡ୍ଡୀଙ୍କ ଘର ଭଡ଼ା ୪,୬୧୦ ଟଙ୍କା ରହିଛି। ଅପରପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ବଙ୍ଗଳା ଭଡ଼ା ୨,୨୦୦ ଟଙ୍କା, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ଭଡ଼ା ୨,୫୮୦ ଟଙ୍କା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଙ୍ଗଳା ଭଡ଼ା ୨,୫୮୦, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ କ୍ୱାଟର ଭଡ଼ା ୨,୨୦୦ ଟଙ୍କା ରହିଛି। ନାଗାଲାଣ୍ଡ୍ ମୁଖ୍ୟମନ୍ତ୍ରୀ ନେଲ୍ପହୁଲୁ ରିଓଙ୍କ ବଙ୍ଗଳା ଭଡ଼ା ୨,୫୮୦ ଟଙ୍କା ରହିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ଜେରାମ୍ ଥାଙ୍ଗା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ସି.କେ. ସାଙ୍ଗମାଙ୍କ ମାସିକ ବଙ୍ଗଳା ଭଡ଼ା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନ ଥିବା ଆର୍ଟିଆଇ ରିପୋର୍ଟରୁ ଜଣାପଡ଼ିଛି। ଏସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଏନ୍ଡିଏ ମେଣ୍ଟର ଅଂଶୀଦାର। ଅପରପକ୍ଷରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍.ଜଗମୋହନ ରେଡ୍ଡୀ କେତେକ କ୍ଷେତ୍ରରେ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। କେତେକ ମୁଖ୍ୟମନ୍ତ୍ରୀଙ୍କୁ ୩,୭୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ବଙ୍ଗଳା ଯୋଗାଇ ଦିଆଯାଇଥିବାବେଳେ ଅନ୍ୟ କିଛିଙ୍କୁ ୫,୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ସରକାରୀ ବାସଭବନ ମିଳିଛି। ସ୍ଥାନୀୟ ଦାମ୍ ଅନୁସାରେ ଏସବୁ ବଙ୍ଗଳାର ମାସିକ ଭଡ଼ା ୧୮ ଲକ୍ଷରୁ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦେଶର ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପ୍ରତି ୩ ଜଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀରେ ବାସଭବନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.