ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି ଯେ, ଦିଲ୍ଲୀ ସରକାର ଏନେଇ ପୂର୍ବରୁ କେନ୍ଦ୍ରର ଅନୁମତି ଲୋଡ଼ି ନାହାନ୍ତି। ତେବେ କେଜରିଓ୍ବାଲ କହିଛନ୍ତି ଯେ, ୫ ଥର କେନ୍ଦ୍ରର ଆପ୍ରୁଭାଲ ମିଳିବାରେ ଯୋଜନା ଆରମ୍ଭର ଦୁଇଦିନ ପୂର୍ବରୁ ଏହା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲ କେତେକ ପ୍ରଶ୍ନ ମଧ୍ୟ କରିଛନ୍ତି। ରାଶନ ମାଫିଆଙ୍କ ସହିତ ମୋଦିଙ୍କ ସମ୍ପର୍କ ନେଇ ନେ ସେ ପ୍ରଶ୍ନ କରିଛନ୍ତି। ରାଶନ ରାଜ୍ୟ ଅବା କେନ୍ଦ୍ର ସରକାରଙ୍କର ନୁହେଁ। ଏହା ଦେଶର ଜନସାଧାରଣଙ୍କର। ଏହାର ସୁବଣ୍ଟନ ନେଇ କେନ୍ଦ୍ର ପକ୍ଷରୁ କାହିଁକି ବିରୋଧ କରାଯାଉଛି ତାହା ସେ ପଚାରିଛନ୍ତି। ଯୋଜନାର ନାମ ମୁଖ୍ୟମନ୍ତ୍ରୀ ଘର ଘର ରାଶନ ଯୋଜନା ଥିଲା। ତେବେ ଏଥିରୁ ମୁଖ୍ୟମନ୍ତ୍ରୀ ଶବ୍ଦ ହଟାଇବା ପାଇଁ କେନ୍ଦ୍ର ସରକାର କହିଥିଲେ। ଶେଷରେ ଏହାକୁ ହଟାଇ ଦିଆଯାଇଥିଲା। ମାତ୍ର କେନ୍ଦ୍ର ସରକାର ଯୋଜନାକୁ ଲାଗୁ କରିବାରେ ବାଧା ଦେଉଥିବା ସେ କହିଛନ୍ତି। କେନ୍ଦ୍ର ସରକାର କାହିଁକି ସମସ୍ତଙ୍କ ସହିତ ଝଗଡ଼ା କରୁଛନ୍ତି ତାହା କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ମମତା ଦିଦିଙ୍କ ସହିତ ଝଗଡ଼ା କରିବା ସହିତ ଝାଡ଼ଖଣ୍ଡ ସରକାର, ଲାକ୍ଷାଦ୍ୱୀପ ସରକାର, ମହାରାଷ୍ଟ୍ର ସରକାରଙ୍କ ସହିତ କରୋନା ସଙ୍କଟ ସମୟରେ ଲଢ଼େଇ ଜାରି ରଖିଥିବା କେଜରିଓ୍ବାଲ କହିଛନ୍ତି। ଆମେ ସବୁ ଆପଣଙ୍କ ସରକାରର, ଆମେ ଭାରତବାସୀ, ଏପରିସ୍ଥଳେ ଆମେ ଲଢ଼ିଲେ କରୋନାକୁ ଜିତିବା କିପରି ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରହିତରେ ଥିବା ଏହି ଯୋଜନାକୁ ନ ରୋକିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.