ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ପଞ୍ଚମ ଦିନରେ ସେ ଏକ ବିଶେଷ ରେକର୍ଡ କରିଛନ୍ତି। ଏସବୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଲା ଶାମିଙ୍କ ପାଇଁ ଜୁନ୍ ୨୨ ଏବଂ ଏହି ମଇଦାନ ବହୁତ ଖାସ୍ ପାଲଟିଛି।
ମଙ୍ଗଳବାର ଫାଇନାଲର ପ୍ରଥମ ଇନିଂସରେ ସାମି ଚମତ୍କାର ବୋଲିଂ କରିଥିଲେ। ସେ ୭୬ ରନ୍ ସଂଗ୍ରହ କରିଥିବା ବେଳେ ୪ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ପାଳିକୁ ୨୪୯ରେ ସୀମିତ କରିବା ପଛରେ ସାମିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଏଣୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଆଇସିସି ଚାମ୍ପିୟନଶିପ୍ର ଫାଇନାଲରେ ଭାରତ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର ପାଲଟିଛନ୍ତି। ସେ ମୋହିନ୍ଦର ଅମରନାଥ(୩/୧୨, ୧୯୮୩ ବିଶ୍ୱକପ୍)ର ରେକର୍ଡ ଭାଙ୍ଗିଛନ୍ତି।
ସାମି ଦୁଇବର୍ଷ ପୂର୍ବେ ୨୦୧୯ ବିଶ୍ୱକପ୍ ସମୟରେ ହ୍ୟାଟ୍ରିକ୍ ନେଇ ଇତିହାସ ସୃଷ୍ଟି କରିଥିଲେ। ସେ ସାଉଥାମ୍ପଟନର ଏହି ସମାନ ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରେ ଏହି କାରନାମା କରିଦେଖାଇଥିଲେ। ଉକ୍ତ ମ୍ୟାଚ୍ରେ ସେ ୪ ଉଇକେଟ ନେଇଥିଲେ। ଏହାଦ୍ୱାରା ସେ ସ୍ବତନ୍ତ୍ର ରେକର୍ଡ କରି ଚେତନ ଶର୍ମାଙ୍କ ପରେ ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ଭାରତ ପାଇଁ ହାଟ୍ରିକ ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.