Categories: ଖେଳ

ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ

କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ ସ୍ଥାନ ମିଳିଛି। ଚୟନକର୍ତ୍ତାମାନେ ଇମାଦ ଓ୍ବାସିମଙ୍କୁ ଏହି ଦଳରେ ପୁଣିଥରେ ସାମିଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୩ ଟି୨୦ ମ୍ୟାଚ୍‌ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ଓ୍ବାସିମ ଖେଳିବାର ସୁଯୋଗ ପାଇବେ। ସେହିପରି ହାରିସ ସୋହେଲ ଇଂଲଣ୍ଡ ବିପକ୍ଷ ୩ଟି ଦିନିକିଆ ମ୍ୟାଚ୍‌ ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଆବାସ ଓ ନସିମ ଶାହ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଓ ଏମାନେ ଜାମାଇକାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବେ। ଏହି ଦୁଇ ବୋଲରଙ୍କୁ ପୂର୍ବରୁ ଜିମ୍ବାଓ୍ବେ ବିପକ୍ଷ ଦୁଇ ଟେଷ୍ଟରେ ସାମିଲ କରାଯାଇ ନ ଥିଲା। ଟି୨୦, ଦିନିକିଆ ଓ ଟେଷ୍ଟ ପାଇଁ ୩ଟି ଦଳ ଗୁରୁବାର ଘୋଷଣା କରାଯାଇଛି। ବାବର ଆଜମଙ୍କୁ ୩ଟି ଫର୍ମାଟ ପାଇଁ ନେତୃତ୍ୱ ପ୍ରଦାନ କରାଯାଇଛି।
ମୋଇନଙ୍କ ପୁଅ ୨୨ ବର୍ଷୀୟ ଆଜାମଙ୍କୁ ଚୟନକର୍ତ୍ତାମାନେ ଟି୨୦ ଦଳରେ ସାମିଲ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବେଳେ ୩୬ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଛକା ମାରିବାରେ ସେ ସିଦ୍ଧହସ୍ତ ଓ ତାଙ୍କ ସିକ୍ସ ହିଟିଂ ପାଓ୍ବାର ସମସ୍ତଙ୍କୁ ପ୍ରଭାବିତ କରିଛି। ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଓ ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିଥିଲେ।
ଜୁଲାଇ ୮ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନ ଇଂଲଣ୍ଡରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବ। ଏହାପରେ ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପାକିସ୍ତାନ ୫ଟି ଟି୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଅଧିନାୟକ ବାବର ଆଜମ ଓ ହେଡ୍‌ କୋଚ୍‌ ମିସବା ଉଲ ହକଙ୍କ ପରାମର୍ଶ କ୍ରମେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏକ ସନ୍ତୁଳିତ ଦଳ ଚୟନ କରିବାକୁ ପ୍ରୟାସ କରାଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ଓ୍ବାସିମ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.