Categories: ଜାତୀୟ

ବିପଜ୍ଜନକ ହୋଇପାରେ ମୌସୁମୀ

ନୂଆଦିଲ୍ଲୀ, ୮ା୬: ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଏସିଆ ଅଞ୍ଚଳକୁ ଆସେ ମୌସୁମୀ। ଏଥିଜନିତ ୪ ମାସର ବର୍ଷା ଉପରେ ଏହି ଅଞ୍ଚଳର କୃଷି ଅର୍ଥନୀତି ନିର୍ଭରଶୀଳ। କିନ୍ତୁ ଚଳିତ ଥର ଦକ୍ଷିଣ-ପଶ୍ଚିମ ମୌସୁମୀକୁ ପ୍ରଭାବିତ କରିପାରେ ବ୍ୟାପକ ଜଳବାୟୁ ପରିବର୍ତ୍ତନ। ଏଥିଯୋଗୁ ଏଥର ମୌସୁମୀଜନିତ ବର୍ଷା ବିପଜ୍ଜନକ ହୋଇପାରେ ବୋଲି ସାଇନ୍ସ ଆଡଭାନ୍ସେସ୍‌ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତରେ ଜଳବାୟୁରେ ଘାତକ ପରିବର୍ତ୍ତନ ଯୋଗୁ ବର୍ଷ ବର୍ଷ ଧରି ଏଠାରେ ମୌସୁମୀ ଢାଞ୍ଚାରେ ପରିବର୍ତ୍ତନ ଆସିଛି। ଚଳିତ ଥର ମଧ୍ୟ ବିଶ୍ୱ ତାପମାତ୍ରା ବୃଦ୍ଧି ମୌସୁମୀକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ ବୋଲି ସାଇନ୍ସ ଆଡଭାନ୍ସେସ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ବୈଜ୍ଞାନିକମାନେ ଗତ ୧୦ ଲକ୍ଷ ବର୍ଷର ମୌସୁମୀ ଓ ଜଳବାୟୁ ପରିବର୍ତ୍ତନକୁ ସାମିଲ କରି ଏହି ଅଧ୍ୟୟନ କରିଥିବାବେଳେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିପଜ୍ଜନକ ହୋଇପାରେ ବୋଲି ଏଥିରୁ ଜଣାପଡ଼ିଛି। ଗ୍ଲେସିୟର ତରଳିବା, ଅଙ୍ଗାରକାମ୍ଳ ଗ୍ୟାସ୍‌ ସ୍ତର ବୃଦ୍ଧି ସହ ଜଡ଼ିତ ଚଳିତ ଥରର ମୌସୁମୀ ପ୍ରତିକ୍ରିୟା ୯ ଲକ୍ଷ ବର୍ଷ ପୂର୍ବର ଇତିହାସ ସହ ସାମଞ୍ଜସ୍ୟ ଥିବା ରିସର୍ଚ୍ଚରମାନେ ଜାଣିବାକୁ ପାଇଛନ୍ତି।
ୟୁନିଭର୍ସିଟିର ପ୍ରଫେସର ଷ୍ଟିଭେନ କ୍ଲେମେନ୍ସଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ବଙ୍ଗୋପସାଗର ତଟରୁ ପ୍ରାୟ ୨ ଶହ ମିଟର ମାଟି ଖୋଳି ସଂଗୃହୀତ ନମୁନାକୁ ଅଧ୍ୟୟନରେ ନେଇଥିଲେ। ଅଧିକ ବର୍ଷା ହୋଇଥିବା ସିଜନ୍‌ରେ ବହୁମାତ୍ରାରେ ପାଣି ସମୁଦ୍ରରେ ମିଶିଥାଏ ଏବଂ ଏହାର ପୃଷ୍ଠଭାଗ ଜଳ ଅପେକ୍ଷାକୃତ କମ୍‌ ଲୁଣିଆ ଥାଏ। ଏଥିଯୋଗୁ ସମୁଦ୍ର ପୃଷ୍ଠଭାଗରେ ରହୁଥିବା ପ୍ଲାଙ୍କ୍‌ଟନ୍‌ ମରିଯାଇଥାନ୍ତି ଏବଂ ମାଟି ତଳେ ପୋତିହୋଇଯାଇଥାନ୍ତି। ମାଟି ଖୋଳିବା ପରେ ପ୍ଲାଙ୍କ୍‌ଟନ୍‌ ଜୀବାଶ୍ମକୁ ନେଇ ୨ ମାସ ଧରି ଏହା ଉପରେ ଅଧ୍ୟୟନ ଚାଲିଥିଲା। ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଦୀର୍ଘ ବର୍ଷ ପୂର୍ବରୁ ମଧ୍ୟ ପୃଥିବୀ ପୃଷ୍ଠରୁ ବରଫ ମାତ୍ରା କମିବା, ଜଳୀୟବାଷ୍ପ ବୃଦ୍ଧି, ଅଙ୍ଗାରକାମ୍ଳ ଗ୍ୟାସ୍‌ ମାତ୍ରା ବଢ଼ିବା ଯୋଗୁ ମୌସୁମୀ ପ୍ରଭାବିତ ହୋଇଥିଲା। ଏଥିଯୋଗୁ ମୌସୁମୀଜନିତ ବ୍ୟାପକ ବର୍ଷା ହୋଇଥିଲା। ଫଳରେ ସମୁଦ୍ରର ଲୁଣିଆ ଅଂଶ କମିବାରୁ ପ୍ଲାକ୍‌ଟନ୍‌ଗୁଡ଼ିକର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସେହିଭଳି ପରିସ୍ଥିତି ଉପୁଜିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପୂର୍ବ ଗବେଷଣା ଆଧାରିତ କମ୍ପ୍ୟୁଟର ମଡେଲରୁ ଏହା ଜଣାପଡ଼ିଛି ଯେ, ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଓ ଜଳୀୟବାଷ୍ପ ବୃଦ୍ଧି ଯୋଗୁ ଚଳିତ ଥର ମୌସୁମୀ ଅସ୍ବାଭାବିକ ରହିବା ସହ ମାତ୍ରାଧିକ ବର୍ଷା ହୋଇପାରେ। ଯାହା କେତେକ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଉପୁଜାଇବ ବୋଲି ଆଶଙ୍କା କରାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.