Categories: ଜାତୀୟ

ଆନ୍ଧ୍ର ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ ବିଳମ୍ବରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଏବର୍ଷ ଦୁଇଦିନ ବିଳମ୍ବ ଅର୍ଥାତ ଜୁନ୍‌ ୩ରେ ମୌସୁମୀ କେରଳ ଛୁଇଁଥିଲା। ଏହାର ୩ ଦିନ ମଧ୍ୟରେ ମୌସୁମୀ ସକ୍ରିୟ ହୋଇ ସମଗ୍ର କେରଳ, କର୍ନାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କେତେକ ଅଞ୍ଚଳରେ ପହଞ୍ଚତ୍ପାରିଛି। ଏବେ ଏହା କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳ, ମହାରାଷ୍ଟ୍ର, କର୍ନାଟକ ଓ ତେଲଙ୍ଗାନାର ଅଧିକାଂଶ ଅଞ୍ଚଳ, ତାମିଲନାଡୁର ସମସ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶର ଅନ୍ୟ କେତେକ ଅଞ୍ଚଳ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତରପୂର୍ବ ରାଜ୍ୟ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରବେଶ କରିଥିବାବେଳେ ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳର ଅଧିକାଂଶ ସ୍ଥାନ ଏବଂ ସିକିମରେ ପହଞ୍ଚତ୍ଥିବା ଆଇଏମ୍‌ଡି କହିଛି।
ସାଧାରଣତଃ ଜୁନ୍‌ ୩ରୁ ୧୦ ମଧ୍ୟରେ ମୌସୁମୀ ଉତ୍ତରପୂର୍ବାଞ୍ଚଳର ଅଧିକାଂଶ ଅଞ୍ଚଳକୁ ଛୁଇଁଥାଏ। ଉଦାହରଣ ସ୍ବରୂପ ଅଗରତାଲା, ଆଇଜଲ, ସିଲଂ ଏବଂ ଇମ୍ଫାଲରେ ମୌସୁମୀ ପହଞ୍ଚତ୍ବାର ସ୍ବାଭାବିକ ତାରିଖ ଜୁନ୍‌ ୧ ହୋଇଥିବାବେଳେ ସିକିମ୍‌ର ଗାଙ୍ଗଟକ୍‌ରେ ୧୦ ତାରିଖରେ ପହଞ୍ଚତ୍ଥାଏ। ତେବେ ଆଗାମୀ ଦୁଇଦିନ ମୌସୁମୀ ଅଗ୍ରଗତି ମନ୍ଥର ରହିବ ବୋଲି ଆଇଏମ୍‌ଡି କହିଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ମୌସୁମୀ ଅଧିକ ସକ୍ରିୟ ହେବା ଆଶା କରାଯାଉଛି। ଫଳରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର କେତେକ ଅଞ୍ଚଳରେ ଜୁନ୍‌ ୧୫ ସୁଦ୍ଧା ମୌସୁମୀ ପହଞ୍ଚାଇବାରେ ଏହି ଘୂର୍ଣ୍ଣିବଳୟ ସହାୟକ ହେବ ବୋଲି କୁହାଯାଉଛି। ଚଳିତବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.