ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅଧିକ ପଦକ୍ଷେପ ଆସି ପାରେ। ଏ କ୍ଷେତ୍ରରେ ସରକାର ଅଧିକ ପଦକ୍ଷେପ ଲାଗି ରାସ୍ତା ଖୋଲା ରଖିଛନ୍ତି ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ ରବିବାର କହିଛନ୍ତି। ସରକାର ଫେବୃୟାରୀ ମାସରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସତ୍ତ୍ୱେ ନୂଆ ପ୍ରୋତ୍ସାହନ ପ୍ୟାକେଜ ନେଇ ବିଭିନ୍ନ ମହଲରୁ ଦାବି ଉଠିଛି। ଏହାର ବିଭିନ୍ନ ଦିଗକୁ ମଧ୍ୟ ସରକାର ବିଚାର କରିବାକୁ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଲହରରେ ଆସିଥିବା ପ୍ରଭାବକୁ କମ୍ କରିବା ଲାଗି ସରକାର ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଶିଳ୍ପ ସଂଘ ଗୁଡିକ ଦାବି ଉଠାଇଛନ୍ତି। ଏହା ଉପରେ ସିଇଏ ସ୍ପଷ୍ଟୀକରଣ ରଖିଥିବା ଜଣାପଡିଛି।
ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ଲହର ଯୋଗୁ ଜିଡିପିକୁ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ସୁବ୍ରମଣ୍ୟନ କହିଛନ୍ତି, ଗତବର୍ଷ ଭଳି ଅଧିକ ପଦକ୍ଷେପ ନେବାକୁ ରାସ୍ତା ଖୋଲା ରହିଛି। ମାତ୍ର ଗତବର୍ଷ ଏବଂ ଚଳିତବର୍ଷ କ’ଣ ସବୁ ବଡ ବ୍ୟବଧାନ ରହିଛି ତାକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ସାକ୍ଷାତ୍କାରରେ ସେ ମତ ପ୍ରକାଶ କରିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ଖର୍ଚ୍ଚକୁ ଗୁରୁତ୍ୱ ଦେଇଛନ୍ତି। ଅଣ ସଙ୍ଗଠିତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ସୃଷ୍ଟି, ବଜାର ଚାହିଦା ଫେରାଇ ଆଣିବା ଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖାଯାଇଛି। ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚକୁ ସରକାର ୧୫% ବଢ଼ାଇଛନ୍ତି। ଫଳରେ ମୋଟ ଜିଡିପିରେ ସ୍ଥିର ପୁଞ୍ଜି ସୃଷ୍ଟି ପ୍ରାୟ ୩୪% ବଢ଼ିଛି। ଆର୍ଥତ୍କ ସୁଧାର ଫେରାଇ ଆଣିବା ଲାଗି ସରକାର ସାଧ୍ୟମତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ମତ ରଖିଛନ୍ତି।
ଏଭଳି ପଦକ୍ଷେପ ମଧ୍ୟରେ ୮୦ କୋଟି ଲୋକଙ୍କୁ ଆଗାମୀ ନଭେମ୍ବର ଯାଏ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ, ଗରିବ କଲ୍ୟାଣ ଯୋଜନାର ସମୟ ଅବଧି ବୃଦ୍ଧି ଯୋଗୁ ଅତିରିକ୍ତ ୭୦ ହଜାର କୋଟି ଖର୍ଚ୍ଚ ଏବଂ ସମସ୍ତଙ୍କୁ ମାଗଣା ଟିକାକରଣ ଭଳି କାର୍ଯ୍ୟକ୍ରମ ସାମିଲ ରହିଛି। ଆର୍ଥତ୍କ ସୁଧାରକୁ ଫେରାଇ ଆଣିବାରେ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦ୍ୱିତୀୟ ଲହର ଯୋଗୁ ଅର୍ଥ ବ୍ୟବସ୍ଥା ଏତେଟା ପ୍ରଭାବିତ ହେବନି ବୋଲି ସେ ମତ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.