କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୨୧।୬: (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଜାତୀୟ ଉଦ୍ୟାନ ଭିତରକନିକାରେ ଥିବା ୧୪୧ ବେଆଇନ ଚିଙ୍ଗୁଡ଼ି ଘେରିକୁ ଗତ ୧୭ ତାରିଖରେ ରାଜସ୍ବ, ବନ ବିଭାଗ ଓ ଜିଲା ପୋଲିସର ମିଳିତ ଭାବେ ଚଢ଼ାଉ କରି ଉଚ୍ଛେଦ କରିଥିଲେ। ଏହି ଘେରିର ମାଲିକଙ୍କ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲା ରୁଜୁ ହୋଇଛି। ଏଥିସହ ରାଜନଗର ଅଞ୍ଚଳରୁ ୫ ଜଣ ଘେରି ମାଲିକଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଏବେ ଶିଥିଳ ପଡିଯାଇଛି। ଗତ ୩ ଦିନ ମଧ୍ୟରେ ଏ ନେଇ କୌଣସି ତପତ୍ରତା ପ୍ରକାଶ ପାଇନାହିଁ, ଯାହାକୁ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୫ ହଜାରରୁ ଅଧିକ ହେକ୍ଟର ଅଞ୍ଚଳରେ ଏପରି ଘେରି ରହି ଜାତୀୟ ଉଦ୍ୟାନର ପରିବେଶ ନଷ୍ଟ କରୁଛି। ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଥିବା ବେଳେ ସ୍ଥାନୀୟ ଚାଷୀଙ୍କ ଚାଷଜମି ନଷ୍ଟ କରୁଛି। ଏପରିକି ୨୦୧୭ରେ ୟୁନେସ୍କୋ ପକ୍ଷରୁ ସର୍ବେକ୍ଷଣ ପରେ ହୋଇଥିବା ବୈଠକରେ ବିଶ୍ୱ ଐତିହ୍ୟ ତାଲିକା ମାନ୍ୟତା ପାଇବାରୁ ଭିତରକନିକା ବଞ୍ଚତ୍ତ ହୋଇଛି। ଏ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ ସହ ସିଆର୍ଜେଡ୍ (କୋଷ୍ଟାଲ ରେଗୁଲେଶନ ଜୋନ) ନିୟମର ଉଲ୍ଲଙ୍ଘନ ହେଉଥିବା ପରିବେଶବିତ୍ମାନେ ମତ ଦେଇଛନ୍ତି।
ପରିବେଶବିତ୍ ହେମନ୍ତ କୁମାର ରାଉତ, ଅଶୋକ ଚନ୍ଦ୍ର ସ୍ବାଇଁ, ସେକ୍ ଚାନ୍ଦ ପ୍ରମୁଖ କହିଛନ୍ତି, ଚିଙ୍ଗୁଡ଼ିଘେରି ପାଇଁ ତଟ ଅଞ୍ଚଳ ନଷ୍ଟ ହୋଇଛି। ୧୦ ବର୍ଷ ମଧ୍ୟରେ ଘେରି ଦ୍ୱାରା ପ୍ରାୟ ୬୦ବର୍ଗ କି.ମି. ହେନ୍ତାଳବଣକୁ ନଷ୍ଟ କରିଛି। ଚିଙ୍ଗୁଡ଼ିଘେରି ପାଇଁ ବ୍ୟବହାର ହେଉଥିବା ଔଷଧ ଓ ରାସାୟନିକ ଦ୍ରବ୍ୟର ବର୍ଜ୍ୟବସ୍ତୁ ନଦୀ ନାଳ ମଧ୍ୟ ଦେଇ ସମୁଦ୍ରକୁ ଯାଉଛି। ଏହି ବର୍ଜ୍ୟ ଜଳ ସାମୁଦ୍ରିକ ଜୀବଙ୍କ ଜୀବନ ନେଉଛି। ଏପରିକି ଅଲିଭ୍ ରିଡ୍ଲେ କଇଁଛ ପାଇଁ ବିଶ୍ୱର ଆକର୍ଷଣ ସାଜିଥିବା ଗହୀରମଥା ସମୁଦ୍ରାଞ୍ଚଳରେ ଏମାନଙ୍କ ମୃତ ଶରୀର ଦେଖିବାକୁ ମିଳୁଛି। ସେହିପରି ଡଲ୍ଫିନ ଓ ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କ ମୃତ୍ୟୁର କାରଣ ସାଜିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ବାଷ୍ପ ସ୍ଥାନୀୟ ପରିବେଶ ନଷ୍ଟ କରୁଛି। ଫଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଛି। ଘେରି ପାଇଁ ହେଉଥିବା ନାଳରେ ଲୁଣିଜଳ ଆସିବା ପରେ ସ୍ଥାନୀୟ ଚାଷଜମି ଉଜୁଡିଛି। ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଜୈବ ବିବିଧତା ପାଇଁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ଥିବା ବେଳେ ୨୦୧୬ରେ ଏଠାକୁ ଆସିଥିବା ସର୍ବେକ୍ଷଣ ଦଳ ଚିଙ୍ଗୁଡି ଘେରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୧୫ରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ଘେରି ଉଚ୍ଛେଦ ନେଇ ଜିଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଭଙ୍ଗା ଯାଉଥିବା ଘେରି ଅଳ୍ପଦିନ ମଧ୍ୟରେ ପୁଣି ଗଢି ଉଠୁଛି। ତଟାଞ୍ଚଳର ଏହି ଘେରି ସିଆର୍ଜେଡ୍ର ନିୟମ ଉଲ୍ଲଙ୍ଘନ କରୁଛି ବୋଲି ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ମମତା ମହାପାତ୍ର କହିଛନ୍ତି, ତଟ ଅଞ୍ଚଳରେ ଥିବା ୭୨୯ଟି ଚିଙ୍ଗୁଡିଘେରି ପାଇଁ ଅନୁମତି ପାଇଛନ୍ତି। ଅନ୍ୟସବୁ ଘେରି ବେଆଇନ। ବେଆଇନ ଘେରି ନିର୍ମାଣରେ ମାଲିକଙ୍କୁ ୩ ବର୍ଷ ଜେଲ ଅଥବା ୧ ଲକ୍ଷ ଟଙ୍କା ଜରିମାନା ହୋଇପାରେ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବେଆଇନ ଚିଙ୍ଗୁଡ଼ିଘେରି ଉଚ୍ଛେଦକୁ ପ୍ରଶାସନ ଗୁରୁତ୍ୱ ଦେଉଛି। ପୂର୍ବରୁ ବହୁ ଘେରି ଭଙ୍ଗାଯାଇଛି। ଏବେ ୧୪୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସୋମବାରଠାରୁ ପୁଣି ଘେରି ଭଙ୍ଗା ଆରମ୍ଭ ହେବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ View All
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...
ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର
ଗୋଲାମୁଣ୍ଡା,୨୧ା୦୬: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...
ରାଜ୍ୟରେ ଆଜି ୩,୮୦୬ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୩,୮୦୬ କରୋନା ଆକ୍ରାନ୍ତ...
ଓକିଲାତିନାମାରେ ଅତିରିକ୍ତ ଷ୍ଟାମ୍ପ୍ ଫି’ ଲାଗୁ ୬ ସପ୍ତାହ ଘୁଞ୍ଚିଲା
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ ଆଡ୍ଭୋକେଟ୍ସ ଓ୍ବେଲ୍ଫେୟାର କର୍ପସ ଫଣ୍ଡ୍ ଷ୍ଟାମ୍ପ୍ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର...
ଟ୍ୟାଙ୍କର ଧକ୍କାରେ ବାଇକ୍ ଚାଳକଙ୍କ ଜୀବନ ଗଲା
ଝାରସୁଗୁଡ଼ା ଅଫିସ,୧୪ା୬: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ସନ୍ୟାସୀପାଲି ଛକରେ ସୋମବାର ଏକ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ...
ଟିକା ନେବାକୁ ଡରୁଛନ୍ତି ଲୋକେ
ବୁଗୁଡ଼ା,୧୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...


