ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ରାଜ୍ୟରେ ୬,୦୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩,୪୪୬କ୍ୱାରାଣ୍ଟାଇନ୍ରୁ ହୋଇଥିବା ବେଳେ ୨୬୫୧ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୦୧୭ ଓ କଟକରୁୁ ୬୪୭ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୯୫, ବାଲେଶ୍ୱର ୩୯୨, ବରଗଡ଼ ୧୦୭, ଭଦ୍ରକ ୨୪୬, ବଲାଙ୍ଗୀର ୭୭, ବୌଦ୍ଧ ୧୩୦, ଦେବଗଡ଼ ୨୮, ଢ଼େଙ୍କାନାଳ ୭୩, ଗଜପତି ୪୮, ଗଞ୍ଜାମ ୪୫, ଜଗତସିଂହପୁର ୨୨୬, ଯାଜପୁର ୪୩୪, ଝାରସୁଗୁଡ଼ା ୪୨, କଳାହାଣ୍ଡି ୭୭, କନ୍ଧମାଳ ୧୧୨, କେନ୍ଦ୍ରାପଡ଼ା ୨୫୩, କେନ୍ଦୁଝର ୧୨୩, କୋରାପୁଟ ୧୨୬, ମାଲକାନଗିରି ୮୪, ମୟୁରଭଞ୍ଜ ୨୯୭, ନବରଙ୍ଗପୁର ୧୪୬, ନୟାଗଡ଼ ୧୨୦, ନୂଆପଡ଼ା ୧୭, ପୁରୀ ୨୯୧, ରାୟଗଡ଼ା ୧୨୦, ସମ୍ବଲପୁର ୧୦୧, ସୋନପୁର ୬୪, ସୁନ୍ଦରଗଡ଼ ୨୦୮ ଓ ଷ୍ଟେଟ ପୁଲରୁ ୧୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୭,୨୨୬ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୬୪,୬୭୩ଜଣ ସୁସ୍ଥ ହୋଇଥିବା ବେଳେ ୬୯,୩୩୩ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.