ଭୁବନେଶ୍ୱର,୫।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ରାଜ୍ୟରେ ୭,୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୩୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪,୧୬୯କ୍ୱାରାଣ୍ଟାଇନ୍ରୁ ହୋଇଥିବା ବେଳେ ୩,୨୨୬ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୦୬୯ ଓ କଟକରୁୁ ୮୬୮ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୪୩, ବାଲେଶ୍ୱର ୨୮୫, ବରଗଡ଼ ୧୭୧, ଭଦ୍ରକ ୨୩୮, ବଲାଙ୍ଗୀର ୮୧, ବୌଦ୍ଧ ୧୩୩, ଦେବଗଡ଼ ୫୭, ଢ଼େଙ୍କାନାଳ ୮୧, ଗଜପତି ୫୨, ଗଞ୍ଜାମ ୬୯, ଜଗତସିଂହପୁର ୨୮୮, ଯାଜପୁର ୫୧୬, ଝାରସୁଗୁଡ଼ା ୬୬, କଳାହାଣ୍ଡି ୧୬୬, କନ୍ଧମାଳ ୭୬, କେନ୍ଦ୍ରାପଡ଼ା ୩୪୧, କେନ୍ଦୁଝର ୧୫୮, କୋରାପୁଟ ୧୬୧, ମାଲକାନଗିରି ୧୧୦, ମୟୁରଭଞ୍ଜ ୩୮୪, ନବରଙ୍ଗପୁର ୧୯୬, ନୟାଗଡ଼ ୨୪୩, ନୂଆପଡ଼ା ୨୨, ପୁରୀ ୩୫୬, ରାୟଗଡ଼ା ୧୨୫, ସମ୍ବଲପୁର ୧୩୭, ସୋନପୁର ୯୧, ସୁନ୍ଦରଗଡ଼ ୨୬୭ ଓ ଷ୍ଟେଟ ପୁଲରୁ ୧୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୬,୦୯୪ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୨୪,୪୦୨ଜଣ ସୁସ୍ଥ ହୋଇଥିବା ବେଳେ ୭୮,୬୮୭ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.