ବିନା ଅନୁମତିରେ ମେସ୍କୋ ରେଲୱେ ସାଇଡିଂ ମାମଲା: ଏସ୍‌ପିସିବି ପକ୍ଷରୁ ତଦନ୍ତ ଆରମ୍ଭ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୮ା୬: କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ ପରିସରରେ ଥିବା ରେଲୱେ ସାଇଡିଂ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିଭାଗୀୟ ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ସାଇଡିଂ ପରିଦର୍ଶନରେ ଯାଇ କାଗଜପତ୍ର ଯାଞ୍ଚ କରିବା ସହ ନିରୀକ୍ଷଣ କରିଥିଲେ। ଏଥିରେ ଆବଶ୍ୟକ ଅନୁମତି ନ ଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ବୋଲି ସୂଚନା ମିଳିଛି।
ମେସ୍କୋ ରେଲୱେ ସାଇଡିଂ ବେଆଇନ ଭାବେ ଚାଲିବା ନେଇ ଧରିତ୍ରୀରେ ଗତ ୧୨ ତାରିଖରେ ଖବର ପ୍ରକାଶ ପାଇଥିଲା। ଏନେଇ କଳିଙ୍ଗନଗର ଶ୍ରମିକ ସଂଘ ପକ୍ଷରୁ ଏସ୍‌ପିସିବି ଅଧ୍ୟକ୍ଷ ଓ ସଦସ୍ୟ ସଚିବଙ୍କୁ ଅଭିଯୋଗ କରାଯାଇଥିଲା। ରେଲୱେ ସାଇଡିଂ ଅତି ପ୍ରଦୂଷଣକାରୀ ୟୁନିଟ। ଏହାକୁ ଲାଲ ବର୍ଗ (ରେଡ କ୍ୟାଟେଗୋରୀ) ୟୁନିଟ୍‌ ଭାବେ ଧରାଯାଏ। ତେଣୁ ଏସ୍‌ପିସିବିଠାରୁ ଏହି ୟୁନିଟ୍‌ ସ୍ଥାପନ ଓ ପରିଚାଳନା ଅନୁମତି ନିହାତି ଆବଶ୍ୟକ। କିନ୍ତୁ ବିନା ଅନୁମତିରେ ରେଲୱେ ସାଇଡିଂ ଚଳାଇଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସାଇଡିଂରେ ବିଷାକ୍ତ କ୍ଲିଙ୍କର, ଜିପ୍‌ସମ ଆଦି ପରିବହନ ହେଉଛି। କଳିଙ୍ଗନଗରର କେତେକ ସିମେଣ୍ଟ କାରଖାନା ନିଜର ସ୍ବାର୍ଥକୁ ଆଗରେ ରଖି ପ୍ରଭାବିତ ଲୋକଙ୍କ ସମସ୍ୟାକୁ ଦୂରେଇ ଦେଇ ଏଭଳି ବେଆଇନ କାର୍ଯ୍ୟ ଚଳାଇଛନ୍ତି ବୋଲି ମତ ପ୍ରକାଶ ପାଇଛି। ତେଣୁ ଏଥିରେ ସଂପୃକ୍ତ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସାଇଡିଂର ୧ କିମି ବ୍ୟାସାର୍ଦ୍ଧରେ ବସବାସ କରୁଥିବା ଖୁରୁଣ୍ଟି, ମାନପୁର ଓ ନୀଳବସ୍ତି ବାସିନ୍ଦା ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ବେହେରା କହିଛନ୍ତି, ସାଇଡିଂର ତଦନ୍ତ କରାଯାଇ କାଗଜପତ୍ର ଜବତ କରାଯାଇଛି। ଅଧିକ ଜାଣିବା ପାଇଁ ଆହୁରି କାଗଜପତ୍ର ମଗାଯାଇଛି। ରିପୋର୍ଟ ପ୍ରସ୍ତୁତ କରି ସଦସ୍ୟ ସଚିବଙ୍କୁ ଦିଆଯିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.