ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀରର କୌଣସି ବିକଳ୍ପ ନାହିଁ। କେତେକ କ୍ଷେତ୍ରରେ ମା’ଙ୍କର ଆବଶ୍ୟକ ପରିମାଣର କ୍ଷୀର ହୋଇ ନ ଥାଏ। ଏପରିସ୍ଥଳେ ଶିଶୁ ପାଇଁ ସମସ୍ୟା ଉପୁଜି ଥାଏ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଆମେରିକାରେ ବୈଜ୍ଞାନିକମାନେ ଲ୍ୟାବ୍ରେ ମା’ କ୍ଷୀରର ବିକଳ୍ପ ତିଆରି କରିଛନ୍ତି। ଏହାକୁ ବାୟୋ ମିଲ୍କ ଭାବେ ନାମକରଣ କରାଯାଇଛି।
ଏଥିରେ ବିଭିନ୍ନ ପ୍ରୋଟିନ୍, ଫ୍ୟାଟି ଏସିଡ୍ ସହିତ ଅନ୍ୟ ପୋଷକ ତତ୍ତ୍ୱ ପ୍ରଚର ମାତ୍ରାରେ ରହିଛି ବୋଲି ଏହାକୁ ପ୍ରସ୍ତୁତ କରିଥିବା ଦୁଇ ମହିଳା ବୈଜ୍ଞାନିକ ଲୈଲା ଷ୍ଟ୍ରେକ୍ଲାଣ୍ଡ୍ ଏବଂ ମିଶେଲ ଇଗେର ସୂଚନା ଦେଇଛନ୍ତି। ସେମାନେ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ବାୟୋ ମିଲ୍କ ମା’ କ୍ଷୀରର ଅଭାବ ପୂରଣ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀର ସଂସ୍ଥାପକ ତଥା ମୁଖ୍ୟ ବିଜ୍ଞାନ ଅଧିକାରୀ ଲୈଲା ଷ୍ଟ୍ରେକ୍ଲାଣ୍ଡ୍ କହିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ଏହି କ୍ଷୀର ବଜାରରେ ଉପଲବ୍ଧ ହେବ ବୋଲି ଦୁଇ ବୈଜ୍ଞାନିକ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.