କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ ପାଳନ କରିବା ସମ୍ଭବପର ହେଉନାହିଁ। ଗଣପର୍ବ ହୋଲି ପରେ ଏବେ କୃଷିଭିତ୍ତିକ ପର୍ବ ରଜ ଉତ୍ସବ ମଧ୍ୟ ଫିକା ପଡ଼ିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସାମୂହିକ ଉତ୍ସବ ବନ୍ଦ ରହିଛି। ଗ୍ରାମାଞ୍ଚଳରେ କାଁ ଭାଁ ଆମ୍ବ ତୋଟାରେ ଦୋଳି ଖେଳ ହେଉଥିବାବେଳେ ସହରବାସୀଙ୍କୁ ନିରାଶ ହେବାକୁ ପଡ଼ିଛି। ଭୂତାଣୁ ଭୟ ଭିତରେ ପରମ୍ପରା ବଞ୍ଚାଇବାକୁ ଘରେ ପିଠାପଣା କରି ଅଧିକାଂଶ ପରିବାର ରଜଉତ୍ସବ ପାଳନ କରିଛନ୍ତି।
ଢେଙ୍କାନାଳ ଜିଲାର ରଞ୍ଜାଗୋଳ ପରେ କାମାକ୍ଷାନଗର ଉପଖଣ୍ଡରେ ଜାକଜମକର ସହିତ ରଜ ଉତ୍ସବ ପାଳନ କରାଯାଇଥାଏ। ବିଭିନ୍ନ ସ୍ଥାନରେ ମେଳା ଆୟୋଜିତ ହେଉଥିବାବେଳେ ମିନାବଜାର ଖୋଲିଥାଏ। ତେବେ ଚଳିତବର୍ଷ କରୋନାର ଦ୍ୱିତୀୟ ଲହର ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଉତ୍ସବ ପାଳନ ଉପରେ ରୋକ୍‌ ଲଗାଇ ଦିଆଯାଇଛି। କରୋନାର ହଟ୍‌ସ୍ପଟରେ ପରିଣତ ହୋଇଥିବା ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ରଜ ପାଳନ ହେଉଥିବା ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ନଜର ରଖାଯିବା ସହ ମୁଖ୍ୟ ମନ୍ଦିରଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି। ତେଣୁ ଶ୍ରଦ୍ଧାଳୁମାନେ ଦିଅଁ ଦର୍ଶନରୁ ମଧ୍ୟ ବଞ୍ଚତ୍ତ ହୋଇଛନ୍ତି। ସରକାରଙ୍କ କଟକଣାକୁ ସଚେତନ ନାଗରିକ ସ୍ବାଗତ କରିଥିବାବେଳେ ସବୁକିଛି ଠିକ୍‌ ରହିଲେ, ଆସନ୍ତାବର୍ଷ ଆଡମ୍ବର ସହକାରେ ରଜ ପାଳନ କରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ଜୀବନକୁ ପ୍ରାଥମିକତା
ମହାମାରୀ ସମୟରେ ଜନସାଧାରଣଙ୍କ ଜୀବନକୁ ପ୍ରାଥମିକତା ଦିଆଯାଉଛି। ପୋଲିସ ବିଭାଗର ଦାୟିତ୍ୱ ବଢିଯାଇଛି। ଇଚ୍ଛା ଥିଲେ ମଧ୍ୟ ଛୁଟି ନ ଥିବାରୁ ଘରକୁ ଯାଇ ହେଉନି। ଲୋକମାନେ ଯେତେ ସଚେତନ ହେବେ, ସେତେ ଶୀଘ୍ର କରୋନା ହାରିବ।
-ନିବେଦିତା ପ୍ରିୟଦର୍ଶିନୀ, କାମାକ୍ଷାନଗର ଥାନା ଏସ୍‌ଆଇ
ଆସନ୍ତାବର୍ଷକୁ ଅପେକ୍ଷା
କରୋନା ମହାମାରୀ ପାଇଁ ଦୁଇବର୍ଷ ହେଲା ରଜ ଉତ୍ସବ ଫିକା ପଡ଼ିଛି। ସଂକ୍ରମଣ କମାଇବାକୁ ସରକାର ଲାଗୁ କରିଥିବା ଲକ୍‌ଡାଉନ୍‌ ମାନିବାକୁ ପଡୁଛି। ରଜ ଆସିଛି, ଅଥଚ ମଉଜ ନାହିଁ। ଆସନ୍ତାବର୍ଷକୁ ଅପେକ୍ଷା ଛଡ଼ା ଅନ୍ୟ ଉପାୟ ନାହିଁ।
-ସ୍ମୃତି ସ୍ବାଗତିକା, ଛାତ୍ରୀ
ସୁରକ୍ଷା ଆଗ, ପର୍ବ ପରେ
ଢେଙ୍କାନାଳରେ ରଜକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ପଶ୍ଚିମ ଓଡ଼ିଶାରୁ ନୂଆ କରି ବୋହୂ ହୋଇ ଆସିଥିବାରୁ ରଜର ମଜା ନେବାକୁ ଆଶା ଥିଲା। ହେଲେ କରୋନା ପାଇଁ ସବୁ ଆଶା ଧୂଳିସାତ ହୋଇଗଲା। ଯାହାହେଲେ ଜୀବନ ସୁରକ୍ଷା ଆଗ, ତା’ ପରେ ପର୍ବ।
-ରାଧାରାଣୀ ମୁଦୁଲି, ଗୃହିଣୀ
ଜୀବିକା ବୁଡ଼ିଗଲା
ରଜ ପାଖେଇ ଆସିଲେ ଉତ୍କଣ୍ଟା ବଢ଼ିଯାଏ। ରଜ ପୂର୍ବରୁ ଯୁବତୀ, ମହିଳାମାନେ ସଜେଇ ହୋଇଥାଆନ୍ତି। ଭଲ ଦି ପଇସା ରୋଜଗାର ହୁଏ। ହେଲେ କରୋନା ମାଡ଼ରେ ଦୁଇବର୍ଷ ହେଲା ବେପାର ପ୍ରଭାବିତ ହେଉଛି। କହିବାକୁ ଗଲେ ଜୀବନ ପାଇଁ ଜୀବିକା ବୁଡ଼ିଯାଇଛି।
-ତୃପ୍ତିମୟୀ ସାହୁ, ବିୟୁଟିଆନ୍‌

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.