ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର ଭାଇ। ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନିମାତ୍ପୁର ଗାଁରେ। ଖେଳକୁଦ ବୟସରେ ମୁଣ୍ଡରେ ଏବେ କୁନି ଭାଇର ଦାୟିତ୍ୱ। ଦୁଇ ପିଲାଙ୍କ ଭବିଷ୍ୟତ ନେଇ ସ୍ଥାନୀୟ ବାସିନ୍ଦା ଏବେ ଚିନ୍ତାରେ।
କରୋନାରେ କମଳେଶ ପଣ୍ଡା (୩୬) ଓ ତାଙ୍କ ସ୍ତ୍ରୀ ସ୍ମିତା (୨୮)ଙ୍କ ଅକାଳ ମୃତ୍ୟୁ ଘଟିଛି। ଏବେ ସେମାନଙ୍କୁ ଏବେ ଝୁରି ହେଉଛନ୍ତି କ୍ରିଷ୍ଣା। ଅନ୍ୟକୁ ଦେଖିଲେ କ୍ରିଷ୍ଣା ଆଖି ଛଳ ଛଳ କରି ଲୁହ ଗଡାଉଛି। ଦେଢ଼ମାସର ଭାଇ କ୍ଷୀର ପାଇଁ କାନ୍ଦୁଥିବା ବେଳେ ଭଉଣୀ ବଡ଼ମା’ ଓ ବଡ଼ବାପାଙ୍କଠାରୁ ଗାଈ କ୍ଷୀର ଆଣି ଖୁଆଉଛି। ବଡ଼ମା’ ଓ ବଡ଼ବାପାଙ୍କ ପାଖରେ ରହୁଥିଲେ ମଧ୍ୟ ମା’ବାପାଙ୍କ କଥା ମନେ ପକାଇ କାନ୍ଦୁଛି। ବଡ଼ମା’ ଓ ବଡ଼ବାପା ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ କ୍ରିଷ୍ଣା ଚାହୁଁଛି ପାଠ ପଢ଼ିବାକୁ। ନିଜେ ପାଠ ପଢ଼ି ଭାଇକୁ ପଢ଼ାଇବ ବୋଲି ସେ କାନ୍ଦି କାନ୍ଦି କହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.