ବରଗଡ଼ ଅଫିସ,୧୮।୬: ବରଗଡ଼ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଟ୍ଙ୍କ ଶୁକ୍ରବାର ଜନ୍ମଦିନ ଥିଲା । ନିଜ ଜନ୍ମଦିନକୁ ଲିପିକା ନିଆରା ଢଙ୍ଗରେ ପାଳନ କରିଥିଲେ। ବରଗଡ଼ ସହର ଉପକଣ୍ଠ ଜମୁର୍ଡା ନିକଟ କୁଷ୍ଠାଶ୍ରମକୁସେ ପହଞ୍ଚି ଅନ୍ତେବାସୀଙ୍କ ସହିତ ଭାବ ବିନିମୟ ଏବଂ ପରସ୍ପର ମିଠା ଖୁଆଇ ସେ ଜନ୍ମଦିନ ପାଳନ କରିଥିଲେ । ଏହା ସାଙ୍ଗକୁ ପର୍ବତାରୋହଣ କ୍ଷେତ୍ରରେ ଆହୁରି ଆଗକୁ ବଢିବା ପାଇଁ ଅନ୍ତେବାସୀଙ୍କ ଆର୍ଶିବାଦ କାମନା କରିଥିଲେ। ସେହିପରି କୁଷ୍ଠାଶ୍ରମରେ ରହୁଥିବା ପିଲାମାନଙ୍କ ପାଠପଢା ପଚାରି ବୁଝିଥିଲେ ଏବଂ କିଛି ସମସ୍ୟା ଉପୁଜିଲେ ତାଙ୍କୁ ଜଣାଇଲେ ସେ ଯଥାସାଧ୍ୟ ସହଯୋଗ କରିବେ ବୋଲି ଲିପିକା କହିଥିଲେ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.