ନୂଆଦିଲ୍ଲୀ,୧୫।୬: ଭାରତୀୟ କ୍ରିକେଟ ବର୍ତ୍ତମାନ ଶୀର୍ଷରେ ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକାସାଙ୍ଗରେ ଦୁଇଟି ଟିମ୍ ସହ ପଡ଼ିଆକୁ ଓହ୍ଲାଇବାକୁ ଅଣ୍ଟା ଭିଡିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବା ବେଳେ ଶିଖର ଧାଓ୍ବନଙ୍କ ଅଧିନାୟକତ୍ୱରେ ଅନ୍ୟ ଦଳ ଶ୍ରୀଲଙ୍କା ଗସ୍ତରେ ଏକ ସୀମିତ ଓଭର ସିରିଜ ଖେଳିବ। ଏସବୁ ମଧ୍ୟରେ ପୂର୍ବତନ ଭାରତୀୟ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।
ଏକ ସାକ୍ଷାତକାରରେ ଏମ୍ଏସ୍କେ ପ୍ରସାଦ କହିଛନ୍ତି, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମାଲୋଚନାର ଶିକାର ହୋଇଥିଲେ ହେଁ ସେହି ସମୟରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ସହାୟକ ହେଉଛି। ଏହାଛଡ଼ା ଭାରତର ଦୁଇଟି ଟିମ୍କୁ ନେଇ ସେ ପ୍ରତିକ୍ରିୟା ରଖି ସେ କହିଥିଲେ, ଏହା ଅତ୍ୟନ୍ତ ଖୁସିର ବିଷୟ। ଯେତେବେଳେ ମୁଁ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଥିଲି, ସେତେବେଳେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ସମସ୍ତେ ଚୟନକର୍ତ୍ତାଙ୍କ କୌଣସି ଅଭିଜ୍ଞତା ନାହିଁ, ଚକୋଲେଟ ଭଳି ଭାରତୀୟ ଦଳର କ୍ୟାପ୍(ଡେବ୍ୟୁ କ୍ୟାପ୍) ବଣ୍ଟନ କରାଯାଉଛି ବୋଲି କହୁଥିଲେ। ଏବେ ସେହି ସମାନ ଲୋକ ଓଲଟା କଥା କହୁଛନ୍ତି। ଆମେ ପ୍ରତ୍ୟେକ ଖେଳାଳିଙ୍କ ପଛରେ ତିନି-ତିନି, ଚାରି-ଚାରି ଖେଳାଳିଙ୍କୁ ରଖୁଥିଲୁ। ତାହା ଆମର କର୍ତ୍ତବ୍ୟ ଥିଲା। ଆମେ ତାହା ପୂରଣ କରିଛୁ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.