କୋଲକାତା,୨୧।୬: ପଶ୍ଚିମବଙ୍ଗରେ ଭାଜପାକୁ ଆଉ ଏକ ଝଟ୍କା ଲାଗିଛି। ଅଲିପୁରଦ୍ୱାରରୁ ଦଳର ଜିଲାଧ୍ୟକ୍ଷ ଗଙ୍ଗା ପ୍ରସାଦ ଶର୍ମା ତୃଣମୂଳ କଂଗ୍ରେସ(ଟିଏମ୍ସି)ର ହାତ ଧରିଛନ୍ତି। ସୋମବାର ଦ୍ୱିପ୍ରହରରେ ମୁକୁଲ ରୟଙ୍କ ସମେତ ଟିଏମ୍ସିର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଗଙ୍ଗା ପ୍ରସାଦ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ ଜିଲାର ଅନେକ ନେତା ଟିଏମ୍ସିରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୫ରୁ ଗଙ୍ଗା ପ୍ରସାଦ ଜିଲାରେ ଭାଜପା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ବିଧାନସଭା ନିର୍ବାଚନରେ ଭାଜପା ଏହି ଜିଲାରେ ଭଲ ପ୍ରଦର୍ଶନ କରିବା ସହ ସମସ୍ତ ୫ଟି ଆସନରେ ବିଜୟୀ ହାସଲ କରିଥିଲା। କିନ୍ତୁ ବର୍ତ୍ତମାନ ସେ ଦଳ ଛାଡ଼ିବା ଭାଜପା ପାଇଁ ଏକ ବଡ଼ ଝଟ୍କା। ଅନ୍ୟପଟେ ଟିଏମ୍ସିରେ ଯୋଗଦେଇ ଗଙ୍ଗା ପ୍ରସାଦ କହିଛନ୍ତି, ଜିଲାର କୌଣସି ନିଷ୍ପତ୍ତିରେ ଦଳର ନେତୃତ୍ୱ ଏକତରଫା ନିଷ୍ପତ୍ତି ନେଇଥାନ୍ତି। ମାସେ ପୂର୍ବରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ନିର୍ବାଚନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.