ମୁମ୍ବାଇ,୨୩।୬: ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମଙ୍କ ଭାଇ ଇକ୍ବାଲ କାସକରକୁ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଗିରଫ କରିଛି । ବୁଧବାର ଡ୍ରଗ୍ସ ମାମଲାରେ କାସକରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନିକଟରେ ଏନ୍ସିବିର ବଡ଼ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାୟ ୨୫ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଯାହାକୁ ପଞ୍ଜାବର ଲୋକମାନେ କଶ୍ମୀରରୁ ମୁମ୍ବାଇକୁ ବାଇକ ଯୋଗେ ଆଣୁଥିଲେ। ଏହି ମାମଲାର ଅଧିକ ଖୋଳତାଡ କରାଯିିବା ପରେ ଏହା ପଛରେ ଅଣ୍ଡରୱାର୍ଲଡର ହାତ ଥିବା ନେଇ ଜାଣିବାକୁ ପାଇଥିଲା ଏନ୍ସିବି। ତେବେ ତଦନ୍ତ ସମୟରେ ଆତଙ୍କବାଦ ପାଣ୍ଠି ଓ ଡ୍ରଗ୍ସ ଚାଲାଣ ପାଇଁ ଅଣ୍ଡରୱାର୍ଲଡର କନେକ୍ସନ ସହ ଜଡିତ ଅନେକ ତଥ୍ୟ ମିଳିଥିଲା। ଏହାକୁ ଭିତ୍ତିକରି ଏନ୍ସିବି ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ଏନ୍ସିବି ଗିରଫ କରିଛି। ଏନ୍ସିବି କାର୍ଯ୍ୟାଳୟକୁ ଇକ୍ବାଲଙ୍କୁ ଅଣାଯାଇ ପଚରାଉଚରା କରାଯିବ ବୋଲି ସୂଚନା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.