ମୁମ୍ବାଇ, ୧୦।୬: ସରକାରୀ ସ୍ତରରେ ରିପୋର୍ଟ ହେଉଥିବା କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାଠାରୁ ମହାରାଷ୍ଟ୍ରର ରାଜଧାନୀରେ ଢେର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବିରୋଧୀ ଭାଜାପା ପକ୍ଷରୁ ଏଭଳି ଅଭିଯୋଗ କରାଯାଇଥିଲା। ଏହାର ଉତ୍ତରରେ ବିରୋଧୀଙ୍କୁ ତାଚ୍ଛଲ୍ୟ କରି ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି, କୋଭିଡ୍ ଜନିତ ମୃତକଙ୍କ ସମ୍ପର୍କିତ ତଥ୍ୟ ଲୁଚା ଯାଉନାହିଁ। କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ ଫୋପାଡ଼ିବା ପାଇଁ ମୁମ୍ବାଇରେ ନଦୀ ନାହିଁ। କୋଭିଡ୍ କାରଣରୁ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟାକୁ ୩ଟି ସ୍ଥାନରେ ରେକର୍ଡ କରାଯାଉଛି। ଏଣୁ ତଥ୍ୟ ଲୁଚାଇ ହେବ ନାହିଁ।
କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ମହାରାଷ୍ଟ୍ର ସରକାରଙ୍କୁ ବିରୋଧୀ ଭାଜପା ସମାଲୋଚନା କରି ଆସୁଛି। ଦ୍ୱିତୀୟ ଲହରରେ ମୁମ୍ବାଇର କୋଭିଡ୍ ପରିଚାଳନା ଉଦାହରଣ ସୃଷ୍ଟି କରିଛି। ଗତ ମାସରେ ଅକ୍ସିଜେନ ଅଭାବର ଶୁଣାଣିବେଳେ ସୁପ୍ରିମକୋର୍ଟ ଗ୍ରେଟର ମୁମ୍ବାଇର ମ୍ୟୁନିସିପାଲ କର୍ପୋରେଶନକୁ ପ୍ରଶଂସା କରିଥିଲେ। ଉଲ୍ଲେଖଥାଉ କି, ଭାଜପା ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ କୋଭିଡ୍ ଜନିତ ହଜାର ହଜାର ମୃତକଙ୍କ ମୃତଦେହକୁ ନଦୀ ଭସାଇ ଦିଆଯିବା ସହ କୂଳରେ ପୋତି ଦିଆଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.