ପରକୀୟା ପ୍ରୀତି ପାଇଁ ହତ୍ୟା

କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ କଟକ କଲେଜ ଛକରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଜଗତ୍‌ସିଂହପୁର ଜିଲା ରାହାମା ଅଞ୍ଚଳର ସନାତନ ଦାସ(୪୦)। ଅଭିଯୁକ୍ତ କାଳିଆ ଓରଫ କାଳନ୍ଦୀ ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ସ୍ତ୍ରୀଙ୍କୁ ଏସ୍‌ସିବି ହସ୍ପିଟାଲରେ ଭର୍ତ୍ତି କରିଛି।
ପୋଲିସ ସୂଚନା ମୁତାବକ, କାଳିଆ ଓ ତାଙ୍କ ସ୍ତ୍ରୀ ଦିନମଜୁରିଆ ହୋଇଥିବା ବେଳେ ସିଡିଏ-୧୩ ବସ୍ତି ଅଞ୍ଚଳରେ ରହୁଥିଲେ। ଏହି ଦମ୍ପତିଙ୍କ ଏକ ବର୍ଷକର ଝିଅ ଥିଲା। ୧୫ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସ୍ତ୍ରୀ ତାଙ୍କ ପ୍ରେମିକ ସନାତନଙ୍କ ନିକଟକୁ ଚାଲିଆସି କଲେଜ ଛକ ଅଞ୍ଚଳରେ ରହୁଥିଲେ। କାଳିଆ ଏହାକୁ ସହ୍ୟ କରିପାରି ନ ଥିଲେ। ସେହିପରି ୫ଦିନ ତଳେ ଝିଅର ସ୍ବାସ୍ଥ୍ୟ ଖରାପ ହେବାରୁ ତା’ର ମୃତ୍ୟୁ ଘଟିଥିଲା। ଏନେଇ କାଳିଆଙ୍କ କ୍ରୋଧ ବଢିଯାଇଥିଲା ଓ ସେ ସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଶନିବାର ବିଳମ୍ବିତ ରାତିରେ କଲେଜ ଛକର ଏକ ଦୋକାନ ବାରଣ୍ଡାରେ ସନାତନ ଓ ସମ୍ପୃକ୍ତ ମହିଳା ଶୋଇଥିବାବେଳେ କାଳିଆ ସେମାନଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା। ରବିବାର ସକାଳେ କଟକ ଡିସିପି ପ୍ରତୀକ ସିଂ, ଏସିପି ଅମରେନ୍ଦ୍ର ପଣ୍ଡା, ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମାଲଗୋଦାମ ଥାନା ପୋଲିସ ସୂଚନା ପାଇ ଅଭିଯୁକ୍ତ କାଳିଆଙ୍କୁ ସିଡିଏ ବସ୍ତି ଅଞ୍ଚଳରୁ ଗିରଫ କରିଥିଲା। ପରେ ମାଲଗୋଦାମ ଥାନା ପୋଲିସ ତାଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ କରାଇଛି। ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହ ସମସ୍ତ କଥା ପୋଲିସ ଆଗରେ ବଖାଣିଛନ୍ତି। ଏନେଇ ଆଇପିସି ଦଫା ୩୦୨, ୩୦୭ ଅନୁଯାୟୀ କେସ୍‌ ନଂ. ୧୩୧/୨୧ ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.