ନ୍ୟୁୟର୍କ, ୪।୬: କରୋନା ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଆସିଥିବା ଅନେକ ଅନୁସନ୍ଧାନରୁ ଜଣାପଡିଛି। ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କରୋନା ଭୂତାଣୁ ଚାଇନାରୁ ଆସିଛି ବୋଲି ଦାବି କରିଥିଲେ। ଏବେ ବିଭିନ୍ନ ଅନୁସନ୍ଧାନ ଏହା ସତ ବୋଲି ପ୍ରମାଣିତ ହେଉଛି। ଏବେ ଏନେଇ ଟ୍ରମ୍ପ କହିଛନ୍ତି, ମୋ ଅନୁମାନ ଠିକ୍ ଥିଲା। ସାରା ବିଶ୍ୱରେ କରୋନାରେ ଯେଉଁ ମୃତ୍ୟୁ ଘଟିଛି, ଚାଇନା ଏସବୁର ଭରଣା କରୁ। କରୋନା କ୍ଷତି ପାଇଁ ଚାଇନା ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଦେବା ଉଚିତ୍ ବୋଲି ସେ କହିଛନ୍ତି।
ଟ୍ରମ୍ପ କହିଛନ୍ତି, ସାରା ବିଶ୍ୱରେ କରୋନା ଯୋଗୁ ହୋଇଥିବା ମୃତ୍ୟୁ ଏବଂ କ୍ଷତି ପାଇଁ ଚାଇନା ଦାୟୀ। ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଆସିଛି ବୋଲି କହିବା ସଂପୂର୍ଣ୍ଣ ଠିକ ଥିଲା। ଏବେ ସମସ୍ତେ ଏହି କଥାକୁ ଗ୍ରହଣ କରୁଛନ୍ତି।
ସୂଚନାଯୋଗ୍ୟ, ଆମେରିକାରେ କୋଭିଡ ମହାମାରୀ ଆରମ୍ଭ ହେବାର ପ୍ରଥମ ଦିନରେ ଡା ଫାଉଚି ଏବଂ ତାଙ୍କ ସହକର୍ମୀମାନେ ଦାବି କରିଥିଲେ ଯେ, କୋଭିଡ -୧୯ ଚାଇନାର ଉହାନ ଲ୍ୟାବରୁ ଲିକ ହୋଇଥାଇପାରେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.