ଗଣତନ୍ତ୍ର ସପକ୍ଷରେ ମ୍ୟାନ୍‌ମାର ସୈନ୍ୟ

ନାପିତାଉ, ୧୩ା୬(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ ସୈନିକଙ୍କ ଯୋଗଦାନ ବଢ଼ୁଛି। ଇଚ୍ଛା ବିରୋଧରେ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିଚାଳନା କରିବା ନିର୍ଦ୍ଦେଶ ପାଳନ କରିବାକୁ ଚାହୁଁ ନ ଥିବା ଅନେକ ସୈନ୍ୟ ଏବେ ଲୋକଙ୍କ ସହ ସାମିଲ ହେଉଥିବା ଜଣାଯାଇଛି। ଥାନଖା ଗ୍ଲୋବାଲ ଆଲାଏନ୍ସ ସାମାଜିକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଏକ ଅନ୍‌ଲାଇନ ଆଲୋଚନାରେ ଇଣ୍ଡୋ ଏସିଆନ୍‌ ନ୍ୟୁଜ୍‌ ସର୍ଭିସ୍‌(ଆଇଏଏନ୍‌ଏସ୍‌) ଭାଗ ନେଇଥିଲା। ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ସୈନିକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି। ଫଳରେ ସେଠାକାର ସେନା ୨ ଭାଗରେ ବିଭକ୍ତ ହୋଇଛନ୍ତି। ମ୍ୟାନ୍‌ମାରର ପ୍ରାୟ ୪ ଲକ୍ଷ ସେନା ମଧ୍ୟରୁ ୨୦ ପ୍ରତିଶତ ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ସେନାର ପୂର୍ବତନ କ୍ୟାପ୍‌ଟେନ୍‌ ନାଇ ଥୁଣ୍ଟା କହିଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ ପ୍ରାୟ ୮ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ସେନା କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ଘଟିଲାଣି। ଏଭଳି ନରସଂହାରକୁ କେତେ ଜଣ ସେନା ଅଧିକାରୀ ମଧ୍ୟ ବିରୋଧ କରୁଥିବା ଜଣାପଡ଼ିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.