ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍ମାର ଜାତୀୟ ଫୁଟ୍ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି ରାଜି ହେଉନାହାନ୍ତି। ମ୍ୟାନ୍ମାରରେ ଏକ ସାମରିକ ବିଦ୍ରୋହ ପରେ ସେଠାରେ ଅରାଜକତା ଦେଖା ଦେଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସେ ଜାପାନରେ ଆଶ୍ରୟ ନେବାକୁ ଚାହୁଛନ୍ତି। ଏଥିଲାଗି ଅନୁମତି ଦେବା ଲାଗି ସ୍ଥାନୀୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ପ୍ୟାଇ ଲ୍ୟାନ ଅଙ୍ଗ୍ ହେଉଛନ୍ତି ଜଣେ ସବ୍ଷ୍ଟିଚ୍ୟୁଟ୍ ଖେଳାଳି। ବୁଧବାର ତାଙ୍କର କାନସାଇ ଇଣ୍ଟରନ୍ୟାଶନାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିଜ ଦେଶକୁ ଫେରିବାର ଥିଲା। କିନ୍ତୁ ସେ ଅବଶିଷ୍ଟ ଦଳ ସହ ଯୋଗ ଦେବାରେ ବିଫଳ ହୋଇଥିଲେ। ସେ ଜାପାନରେ ଶରଣ ନେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଦେଶକୁ ଫେରିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ମେ’ ୨୮ରେ ଜାପାନ ବିପକ୍ଷ ମ୍ୟାଚ ବେଳେ ମ୍ୟାନ୍ମାରରେ ସାମରିକ ଶାସନ ବିରୋଧୀ ଆନ୍ଦୋଳନର ପ୍ରତୀକ ସ୍ବରୂପ ୩ ଆଙ୍ଗୁଳି ସାଲ୍ୟୁଟ୍ କରିଥିଲେ। ‘ଆମକୁ ନ୍ୟାୟ ଦିଅ’ ଶୀର୍ଷକ ବାର୍ତ୍ତା ଏଥିରୁ ସୂଚିତ ହେଉଥିଲା। ଏହି ଫୁଟେଜ୍ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚିଫ୍ କ୍ୟାବିନେଟ୍ ସେକ୍ରେଟାରି କାତସୁନୋବୁ କାତୋ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ନିଜ ଦେଶରେ ଖେଳାଳି ଜଣକ ଯଦି ଦଣ୍ଡିତ ହେବାର ଆଶଙ୍କା କରୁଛନ୍ତି ତେବେ ତାଙ୍କ ଆବେଦନପତ୍ରର ବିଚାର କରାଯାଇପାରେ। ସରକାର ଠିକଣା ସମୟରେ ଉଚିତ ପଦକ୍ଷେପ ନେବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.