ନୂଆଦିଲ୍ଲୀ,୧୫।୬: ନିକଟ ଅତୀତରେ ଆଫଗାନିସ୍ତାନର କ୍ରିକେଟରମାନେ ଉଲ୍ଲେଖନୀୟ କ୍ରିକେଟ ଖେଳି ଚର୍ଚ୍ଚାରେ ରହିଥିଲେ। ସେମାନଙ୍କ ମଧ୍ୟରୁ ମୁଜିବ-ଉର-ରହମନ ଏବଂ ରଶିଦ ଖାନ ଭଳି ସ୍ପିନ୍ ବୋଲର୍ ଅନ୍ୟତମ। ଏହାଛଡ଼ା ଦ୍ରୁତ ବୋଲର୍ ନବୀନ-ଉଲ୍-ହକ ମଧ୍ୟ ଆଫଗାନିସ୍ତାନର ଜଣେ ଉଦୀୟମାନ ଖେଳାଳି। ସେ ଟପ୍ ଟି-୨୦ ଲିଗ୍ରେ ଭଲ ପ୍ରଦର୍ଶନ କରି ନିଜକୁ ପ୍ରମାଣିତ କରିଛନ୍ତି। ତେବେ ନବୀନଙ୍କ ଅନ୍ୟ ଏକ ସ୍ବପ୍ନ ଅଛି ଯାହା ସେ ଭବିଷ୍ୟତରେ ପୂରଣ କରିବାକୁ ଚାହୁଁଛନ୍ତି। ସେ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ଏମ୍ଏସ୍ ଧୋନୀଙ୍କ ଅଧୀନରେ ଖେଳିବାକୁ ଇଚ୍ଛା ରଖିଛନ୍ତି।
ଯଦି ସୁଯୋଗ ମିଳେ ତେବେ କେଉଁ ଦଳ ପକ୍ଷରୁ ଆଇପିଏଲ୍ ଖେଳିବାକୁ ଚାହିଁବ ବୋଲି ଆଫଗାନିସ୍ତାନ କ୍ରିକେଟରଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ଆଇପିଏଲ୍ ଖେଳିବା ପ୍ରତ୍ୟେକ କ୍ରିକେଟରଙ୍କ ସ୍ବପ୍ନ। ମୋର ସ୍ବପ୍ନ ହେଉଛି ଧୋନୀଙ୍କ ଅଧୀନରେ ଖେଳିବା। ଯଦି ସେ ଆଇପିଏଲ୍ରେ ନାହାନ୍ତି ତେବେ ଲିଗ୍ ଖେଳିବାକୁ ଆଗ୍ରହ ଫିପ୍ଟି-ଫିପ୍ଟି ହୋଇଯିବ। ଧୋନୀଙ୍କୁ ପିଲାଦିନରୁ ଦେଖିଛି, ତାଙ୍କ ବିପକ୍ଷରେ କିମ୍ବା ତାଙ୍କ ସହ ଖେଳିବା ମୋର ସ୍ବପ୍ନ ଥିଲା। ଏବେ ଯାଏ ମୋତେ ସୁଯୋଗ ମିଳିନାହିଁ। ହେଲେ ଆଶା କରୁଛି, ଧୋନୀ ଆଇପିଏଲ୍ରେ ଖେଳିବା ଜାରି ରଖିବେ। ମୁଁ ତାଙ୍କ ଅଧୀନରେ ଖେଳିବାର ସୁଯୋଗ ପାଇବି ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.