ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ସାଗର ଦଳେଇ(୨୨)ଙ୍କୁ ବାଣିଗୋଛା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ନେବା ପରେ ଶନିବାରଠାରୁ ତାଙ୍କୁ ପଚରାଉଚୁରା ଆରମ୍ଭ ହୋଇଛି । ରିମାଣ୍ଡ ସମୟରେ ସାଗର ହତ୍ୟାର ଗୁମର ଖୋଲି ପଶ୍ଚାତ୍ତାପ କରିଛନ୍ତି।
ସାଗର ପୋଲିସକୁ କହିଥିବା ସୂଚନା ଅନୁଯାୟୀ, ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟା ମୋ ସହ ପାଖ ଜଙ୍ଗଲକୁ ଯିବା ପରେ ବଳାତ୍କାର କରିଥିଲି। ସେ ଅଚେତ ହୋଇଯିବାରୁ ଭୟ ବଢ଼ିଥିଲା। ସେଥିପାଇଁ ତା’ର ବେକରେ ଦଉଡି ଲଗାଇ ତଣ୍ଟି ଚିପି ହତ୍ୟା କରିଥିଲି। ଦଉଡ଼ିରେ ଜୋରରେ ଭିଡି ଦେବାରୁ ବେକ କଟି କିଛି ଅଂଶ ଲାଗି ରହିଥିଲା। ପରେ ମୃତଦେହ ଫୋପାଡି ଚାଲି ଆସିଥିଲି। ଏ କଥା ମୁଁ ମୋ ଭାଇଙ୍କୁ ଜଣାଇବାକୁ ଚାହିଁଥିଲି। ହେଲେ ସାହସ କରି ପାରି ନ ଥିଲି। ତାଙ୍କ ପରିବାର ଲୋକେ ଖୋଜିବା ସମୟରେ କହି ଦେବି ବୋଲି ଭାବିଥିଲି, ସାହସ ହେଲାନାହିଁ । ପୋଲିସକୁ ମଧ୍ୟ କହି ପାରି ନ ଥିଲି । ହତ୍ୟା ପରେ କି ଭୁଲ୍ କଲି ଅନେକ ଥର ଭାବିଛି। ହେଲେ ସେତେବେଳକୁ ଆଉ କିଛି ନ ଥିଲା। ଭୁଲ୍ ଲୁଚାଇବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ସତ କହିବାକୁ ବାଧ୍ୟ ହେଲି ବୋଲି ସାଗର କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଧୁନ୍ଦୁଗାଡିଆ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ୫ବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ମିଳି ନ ଥିଲା। ପୋଲିସ ବି ଟେର ପାଇ ନ ଥିଲା। ସନ୍ଦେହରେ ସାଗର ଦଳେଇଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସେ ସତ ମାନିଥିଲେ। ଏହାପରେ ଗତ ୧୭ରେ ସାଗରଙ୍କୁ ପୋଲିସ ଗିରଫ କରି ୧୮ରେ କୋର୍ଟ ଚାଲାଣ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.