ଜେରୁଜେଲମ୍, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ ୮ ବିରୋଧୀ ଦଳ ଏହି ୭୧ ବର୍ଷୀୟ ଷ୍ଟ୍ରଙ୍ଗ୍ମ୍ୟାନଙ୍କ ନିରବଚ୍ଛିନ୍ନ ୧୨ ବର୍ଷ ଶାସନର ଅନ୍ତ ଘଟାଇଛନ୍ତି। କ୍ଷମତା ଭାଗବଣ୍ଟା ଚୁକ୍ତି ଅନୁଯାୟୀ, ଦକ୍ଷିଣପନ୍ଥୀ ନେତା ତଥା ୟେମିନା ପାର୍ଟି ମୁଖ୍ୟ ୪୯ ବର୍ଷୀୟ ନେଫ୍ଟାଲି ବେନେଟ ଦେଶର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପ୍ରଥମ ୨ ବର୍ଷ ପଦ ସମ୍ଭାଳିବେ। ପର ୨ ବର୍ଷ ପାଇଁ ସେ ୫୭ ବର୍ଷୀୟ ମଧ୍ୟମମାର୍ଗୀ ତଥା ୟେଶ୍ ଏଟିଡ୍ ପାର୍ଟି ଅଧ୍ୟକ୍ଷ ୟେର୍ ଲେପିଡଙ୍କୁ ଶାସନ ଗାଦି ଛାଡ଼ିଦେବେ। ନେଫ୍ଟାଲି ପ୍ରଧାନମନ୍ତ୍ରୀ ରହିବା ସମୟରେ ଲେପିଡ୍ ବହିର୍ବ୍ୟାପାର ମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି।
ବିରୋଧୀ ଦଳ ନେତା ୟେର୍ ଲେପିଡ୍ ନେସେଟ୍ରେ ଆସ୍ଥାଭୋଟ ଜିତିଛନ୍ତି। ୧୨୦ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟରେ ଜଣେ ଏମ୍ପି ମତଦାନରୁ ବିରତ ରହିଥିବାବେଳେ ଲେପିଡ୍ଙ୍କ ସପକ୍ଷରେ ୬୦ ଓ ବିରୋଧରେ ୫୯ ଖଣ୍ଡ ଭୋଟ ପଡ଼ିଛି। ବିଭିନ୍ନ ବିଚାରଧାରାର ଦଳକୁ ନେଇ ଗଠିତ ଅଭୂତପୂର୍ବ ମେଣ୍ଟ ସରକାରରେ ୨୭ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିଛି। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା। ବିଦାୟୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ସେ ବିରୋଧୀ ଆସନରେ ବସିବେ ଏବଂ ଏହି ବିପଜ୍ଜନକ ସରକାରର ପତନ ଘଟାଇ ପୁଣି କ୍ଷମତାକୁ ଫେରିବେ। ତେବେ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ନେତାନ୍ୟାହୁଙ୍କ ହାତରୁ କ୍ଷମତା ଖସିବା ପରେ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ହୋଇପାରିବ ବୋଲି ଆଶା କରାଯାଉଛି। ପ୍ରକାଶ ଯେ, ଟେକ୍ନୋଲୋଜି ମିଲିୟନେୟାର ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନେଫ୍ଟାଲି ପୂର୍ବରୁ ଏଲିଟ୍ ମିଲିଟାରୀ କମାଣ୍ଡୋ ୟୁନିଟ୍ରେ ଟେକ୍ ଏଣ୍ଟରପ୍ରିନ୍ୟୁର ଭାବେ କାର୍ଯ୍ୟ କରିଥିଲେ। ଏକଦା ନେତାନ୍ୟାହୁଙ୍କ ଘନିଷ୍ଠ ସହଯୋଗୀ ବିବେଚନା କରାଯାଉଥିବା ଏହି ନେତା ପ୍ରଧାନମନ୍ତ୍ରୀଙ୍କ ଲିକୁଡ୍ ପାର୍ଟି ଛାଡ଼ିବା ପରେ ଦକ୍ଷିଣପନ୍ଥୀ ଧର୍ମୀୟ ଇହୁଦୀ ହୋମ୍ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୩ ସାଧାରଣ ନିର୍ବାଚନରେ ନେଫ୍ଟାଲି ପ୍ରଥମ ଥର ପାଇଁ ବିଜୟୀ ହୋଇ ପାର୍ଲାମେଣ୍ଟକୁ ଯାଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.