ଜେରୁଜେଲମ୍ , ୧।୬: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବେଞ୍ଜାମିନ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ସହଯୋଗରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ବୋଲି ନେତାନ୍ୟାହୁଙ୍କ ପୂର୍ବତନ ସହଯୋଗୀ ନାଫଟାଲି ବେନ୍ନେଟ୍ କହିଛନ୍ତି। ଫଳରେ ଦୀର୍ଘବର୍ଷ ଧରି ଦେଶକୁ ଶାସନ କରିଆସୁଥିବା ନେତାନ୍ୟାହୁ କ୍ଷମତାରୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଦଳ ଲିକୁଡ୍ ପାର୍ଟି ଆଗାମୀ ସପ୍ତାହରେ ବିରୋଧୀ ଦଳ ଭୂମିକା ନେଇପାରେ। ବେନ୍ନେଟ ଓ ତାଙ୍କ ନୂଆ ସହଯୋଗୀମାନେ ବିରୋଧୀ ଦଳ ନେତା ୟାଇର ଲାପିଡ୍ଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି। ଗତ ଦୁଇବର୍ଷରେ ଇସ୍ରାଏଲ୍ରେ ୪ ଥର ନିର୍ବାଚନ ହେଲାଣି, କିନ୍ତୁ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳୁନାହିଁ। ତେଣୁ ୟାଇର ଲାପିଡ୍ଙ୍କ ସହ ମିଶି ଜାତୀୟ ଏକତା ସରକାର ଗଠନ ପାଇଁ ଉଦ୍ୟମ ହେଉଛି। ଭଗବାନ ଏହା ଚାହାନ୍ତି। ସମସ୍ତେ ମିଶି ଆମେ ଦେଶକୁ ସଙ୍କଟରୁ ରକ୍ଷା କରିପାରିବା ଓ ପୂର୍ବ ଅବସ୍ଥାକୁ ଫେରାଇ ପାରିବା ବୋଲି ବେନ୍ନେଟ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.