ପୁରୁଣା ଉପରେ ନୂଆ ସେତୁ

ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ କରିଥିଲେ। ଏହାର ନାମ ଅର୍ଜୁନ ସେତୁ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଉକ୍ତ ସେତୁର ସ୍ଥାୟିତ୍ୱ ଥାଇ ମଧ୍ୟ ତାକୁ ଭାଙ୍ଗି ପୁଣି ଏକ ସେତୁ ନିର୍ମାଣ ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ଏମ୍‌ପି ଓ ବିଧାୟକ। ଚଳିତବର୍ଷ ମାର୍ଚ୍ଚ ୨୫ରେ ଉକ୍ତ ସେତୁ ପୁନଃ ନିର୍ମାଣ ପାଇଁ ସ୍ଥିର କରି ଶିଳାନ୍ୟାସ କରାଯାଇଛି। ପୋଲ ଭଙ୍ଗାଯାଇ ପୁନଃ ନିର୍ମାଣ କରାଯାଉଥିବା ପୋଲ ପଛର କାରଣ କ’ଣ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି।
ପ୍ରକାଶ ଯେ, ପ୍ରାୟ ୬୮ ମିଟର ଲମ୍ବ ବିଶିଷ୍ଟ ହେବାକୁ ଥିବା ସେତୁ ପାଇଁ ୬କୋଟି ୪ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗାମୀ ବର୍ଷକ ମଧ୍ୟରେ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସେତୁ ଶିଳାନ୍ୟାସ ହେଉ ହେଉ ଏହାର ନାମକରଣକୁ ନେଇ ବିବାଦ ଦେଖାଦେଇଛି। ପୂର୍ବରୁ ନାମିତ ଅର୍ଜୁନ ସେତୁର ନାମକରଣକୁ ପରିବର୍ତ୍ତନ କରାଯାଇ ଏହାକୁ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ନେଇ ଫଳକ ନିର୍ମାଣ କରାଯାଇଛି। ଏହାକୁ ବିରୋଧ କରାଯିବାରୁ ନାମ ପରିବର୍ତ୍ତନ କରାଯାଇ କୁଆଁସ ସେତୁ ରଖାଯାଇଛି। ତେବେ ପୁରୁଣାକୁ ହଟାଯାଇ ସେଠାରେ ନୂଆ ସେତୁ ନିର୍ମାଣ କରାଯାଉଥିଲେ ମଧ୍ୟ ଏହାର ନାମକରଣ ପରିବର୍ତ୍ତନର ଯଥାର୍ଥତାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଘଟଣାକ୍ରମେ ବିଜେଡି ରାଜନୀତିରୁ ଅର୍ଜୁନଙ୍କ ବିଦାୟ ଏବଂ ଦେହାନ୍ତ ପରେ ତାଙ୍କ ସ୍ମୃତିକୁ ଲିଭେଇ ଦେବା ଲାଗି କେତେଜଣ ମୁଷ୍ଟିମେୟ ରାଜନୈତିକ ଲୋକଙ୍କର ଏହା ହୀନପ୍ରୟାସ ବୋଲି ଭାଜପା ଅଭିଯୋଗ କରୁଛି। ଏପରିକି ଏହି ପୁରୁଣା ସେତୁର ବିକଳ୍ପ କରା ନ ଯାଇ ଭାଙ୍ଗିଦିଆଯିବା ଅତ୍ୟନ୍ତ ଦୁଃଖଦାୟକ। ଭଦ୍ରକ ସହରର ଲାଇଫ୍‌ ଲାଇନ କୁହାଯାଉଥିବା ଏହି ସେତୁର ବିକଳ୍ପ କରା ନ ଯାଇ ତରବରିଆ ଭାବେ ଭାଙ୍ଗି ଦିଆଯିବା ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ବୋଲି ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ୩୦ଟି ୱାର୍ଡର କେତେଜଣ ଯୁବନେତାଙ୍କୁ ନେଇ ବିରୋଧାଭାଷ ମୁଣ୍ଡ ଟେକୁଥିବା ଜଣାପଡ଼ିଛି। ଭାଜପା ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଏହାକୁ ନେଇ ଭଦ୍ରକ ସହରରେ ଜନଆନ୍ଦୋଳନ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ ସିଂଙ୍କୁ ପଚାରିବାରୁ ଓସାରିଆ କରାଯିବା ପାଇଁ ପୁରୁଣା ସେତୁ ଭାଙ୍ଗିବାକୁ ପଡ଼ିଲା ବୋଲି କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.