ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ମାଡ଼ି ଆସୁଥିବା ନେଇ ଏମ୍ସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ କରୋନା ମହାମାରୀର ତୃତୀୟ ଲହର ଦେଖାଯିବ ବୋଲି ଏମ୍ସ୍ର ମୁଖ୍ୟ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି। ଭାରତରେ କରୋନା ମହାମାରୀର ତୃତୀୟ ଲହର ନିଶ୍ଚିତ ଆସିବ। ଏହାକୁ ଏଡାଇ ଦେଇ ହେବ ନାହିଁ। ଦେଶରେ ଭାକ୍ସିନ୍ ଡୋଜ୍ ପ୍ରଦାନ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ ସଂକ୍ରମଣକୁ ରୋକିକା ସମ୍ଭବ ହେବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ଏବେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ଲୋକେ ମାର୍ଗଦର୍ଶିକା ପାଳନ ନ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହା ଯୋଗୁ ତୃତୀୟ ଲହର ଦେଖାଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଦେଶର ୫ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍ର ଉଭୟ ଡୋଜ୍ ପ୍ରଦାନ କରାଯାଇଛି। ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ୧୩୦ କୋଟି ଜନସଂଖ୍ୟାଙ୍କ ମଧ୍ୟରୁ ୧୦୮ କୋଟିଙ୍କୁ ଭାକ୍ସିନ୍ ଦେବା ଲାଗି ଯୋଜନା କରିଛନ୍ତି। କରୋନାର ନୂଆ ଲହର ପାଇଁ ୩ ମାସ ସମୟ ଆବଶ୍ୟ। ମାତ୍ର ତୃତୀୟ ଲହର ଏହାଠାରୁ କମ୍ ସମୟ ମଧ୍ୟରେ ଆସିବାର ଆଶଙ୍କା ଥିବା ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.