ଭୁବନେଶ୍ୱର,୧୬।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ କଟକଣାକୁ ଆଂଶିକ କୋହଳ କରାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ୫% ତଳକୁ ଆସିଛି। ଏଣୁ ଗୁରୁବାର ସକାଳ ୫ଟା ପରଠାରୁ ଲକ୍ଡାଉନ୍ ଆଂଶିକ ଲାଗୁ ରହିବ। ଜୁଲାଇ ୧ ତାରିଖ ସକାଳ ୫ଟା ଯାଏ ଆଂଶିକ ଲକ୍ଡାଉନ୍ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସଚିବ କହିଛନ୍ତି, ଓଡ଼ିଶାର ଜିଲାକୁ ରାଜ୍ୟ ସରକାର ୨ଟି ଭାଗରେ ବିଭକ୍ତ କରିଛନ୍ତି। ୫% କମ୍ ସଂକ୍ରମଣ ଥିବା ପଶ୍ଚିମ, ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକୁ କାଟାଗୋରୀ ଏରେ ରଖାଯାଇଛି। ଏସବୁ ଜିଲାରେ ସକାଳ ୬ଟାରୁ ସଂଧ୍ୟା ୫ଟା ଯାଏ ଦୋକାନ ଖୋଲାଯାଇପାରିବ। ହେଲେ ମଲ୍, ଜିମ୍, ସେଲୁନ୍, ସ୍ପା ଆଦି ପୂର୍ବପରି ବନ୍ଦ ରହିବ। ଉଠାଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ସେହିଭଳି ଅବିଭକ୍ତ କଟକ, ପୁରୀ, ବାଲେଶ୍ୱର ଆଦି ଜିଲା କାଟାଗୋରୀ ବି’ରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଜିଲାରେ ସକାଳ ୬ରୁ ଦିନ ୧ଟା ଯାଏ ଦୋକାନ ଖୋଲା ରହିବ। ଏସବୁ ଜିଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି ଦୋକାନ, ସ୍ବାସ୍ଥ୍ୟସେବା ସମ୍ପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଆଦି ଖୋଲା ରହିବ। ଏଥିସହ ଦୁଗ୍ଧ ଚାଷୀଙ୍କ ହିତ ଲାଗି ସାରା ରାଜ୍ୟରେ ମିଠା ଦୋକାନ ମଧ୍ୟ ଖୋଲିପାରିବ। ସକାଳ ୬ଟା ୯ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ଓ୍ବାକ୍ ପାଇଁ ଅନୁମତି ରହିବ। ମର୍ଣ୍ଣିଂ ଓ୍ବାକ, ଜଗିଂ, ସାଇକେଲିଂ କରିପାରିବେ, ପାର୍କ ବନ୍ଦ ରହିବେ। ହେଲେ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବଭଳି ବଳବତ୍ତର ରହିବ। ବିବାହ, ବ୍ରତଘର ପାଇଁ ଥିବା କଟକଣା ପୂର୍ବଭଳି ରହିବ। ସିନେମାହଲ, ସେଲୁନ ଏବଂ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.