ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶରେ କୋଭିଶିଲ୍ଡ୍ ଭାକ୍ସିନ୍ର ୨ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ସମୟ ସୀମାକୁ ନେଇ ଆମେରିକା ଭାରତକୁ ଚେତାବନୀ ଦେଇଛି। ୨ ଡୋଜ୍ ମଧ୍ୟରେ ସମୟ ସୀମା ବଢ଼ିଲେ ଭାରତରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ ବୋଲି ଆମେରିକାର ମହାମାରୀ ବିଶେଷଜ୍ଞ ଡ. ଆନ୍ଥୋନୀ ଫୌସି ସତର୍କ କରାଇଛନ୍ତି। ପୂର୍ବରୁ ଭାରତରେ କୋଭିଶିଲ୍ହ ଭାକ୍ସିନ୍ର ୨ ଡୋଜ୍ ମଧ୍ୟରେ ୨୮ ଦିନର ଅନ୍ତର ରଖାଯାଇଥିଲା। ଏହାପରେ ଅନ୍ତରକୁ ୬ରୁ ୮ ସପ୍ତାହ ରଖାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ସମୟ ସୀମାକୁ ୧୨ରୁ ୧୬ ସପ୍ତାହ ରଖାଯାଇଛି। ଏହା ଦ୍ୱାରା ଭାରତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଥିବା ଫୌସି ସୂଚନା ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଭାକ୍ସିନ୍ ର୨ ଡୋଜ୍ ମଧ୍ୟରେ ଅନ୍ତର ବଢ଼ିଲେ ଏହା ପ୍ରଭାବଶାଳୀ ହେବ। ମାତ୍ର ଫୌସି ଏହାକୁ ବାରଣ କରିଛନ୍ତି। ଭାକ୍ସିନ୍ ଅଭାବ ଯୋଗୁ ନିର୍ଦ୍ଧାରିତ ସମୟ ଅନ୍ତରଠାରୁ ଦୂରେଇ କଲେ ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ସେ କହିଛନ୍ତି। ଭାରତ ସରକାରଙ୍କ ଅନୁସାରେ କୋଭିଶିଲ୍ଡ୍ର ୨ ଡୋଜ୍ ମଧ୍ୟରେ ଅନ୍ତର ୪ରୁ ୬ ସପ୍ତାହ ରହିଲେ ଏହା ୫୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ମାତ୍ର ସମୟ ଅନ୍ତର ୧୨ରୁ ୧୬ ସପ୍ତାହ ରହିଲେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ହୋଇଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.