Categories: ଜାତୀୟ

ପୁଣି ଚର୍ଚ୍ଚାରେ ‘ବାବା କି ଢାବା’: କାନ୍ତା ପ୍ରସାଦଙ୍କୁ କ୍ଷମା କରିଦେଲେ ଗୌରବ

ନୂଆଦିଲ୍ଲୀ,୧୫।୬: ‘ବାବା କି ଢାବା’ ପୁଣି ଥରେ ଚର୍ଚ୍ଚାରେ ରହିଛି। ଢାବା ମାଲିକ କାନ୍ତ ପ୍ରସାଦଙ୍କ ଦ୍ୱାରା ହୋଇଥିବା ଚୋରି ଅଭିଯୋଗର ସମ୍ମୁଖୀନ ହେଉଥିବା ୟୁଟ୍ୟୁବର୍‌ ଗୌରବ ୱାସନ ବୃଦ୍ଧ ଦମ୍ପତ୍ତିଙ୍କୁ କ୍ଷମା କରିଛନ୍ତି। ସେ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନିକଟରେ କାନ୍ତ ପ୍ରସାଦଙ୍କ ଏକ ଭିଡିଓ ମାଧ୍ୟମରେ ବ୍ଲଗର୍‌ ଗୌରବ ଓ୍ବାସାନଙ୍କୁ କ୍ଷମା ମାଗିଥିଲେ। ଭିଡିଓରେ, ହାତ ଯୋଡି ସେ କହଥିଲେି ଯେ, ସେ କେବେ ବି ଗୌରବଙ୍କୁ ଚୋର ବୋଲି କହି ନ ଥିଲେ। ସେ ସ୍ବୀକାର କରିଛନ୍ତି ଯେ, ସେ କିଛି ଭୁଲ କରିଛନ୍ତି ଏବଂ ଏଥିପାଇଁ ସେ ଲଜ୍ଜିତ ଓ କ୍ଷମା ପ୍ରାର୍ଥନା କରିଛନ୍ତି।
କାନ୍ତ ପ୍ରସାଦଙ୍କ କାହାଣୀ ଏକ ଚଳଚ୍ଚିତ୍ରଠାରୁ କମ ନୁହେଁ। ପ୍ରଥମ ଲକଡାଉନ ସମୟରେ ଯେତେବେଳେ ସୋସିଆଲ ମିଡିଆରେ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ ଚର୍ଚ୍ଚା ଆରମ୍ଭ ହେଲା, ସେତେବେଳେ ତାଙ୍କ ପାଇଁ ଅନେକ ସହାୟତାର ହାତ ବଢିଥିଲା। ଏସବୁ ଗୌରବଙ୍କ ଯୋଗୁ ସମ୍ଭବ ହୋଇଥିଲା। ଗୌରବ ହଁି ତାଙ୍କୁ ନିଜ ୟୁଟ୍ୟୁବ ମାଧ୍ୟମରେ ଲୋକଲୋଚନକୁ ଆଣିଥିଲେ। ଖୁବଶୀଘ୍ର, କାନ୍ତ ପ୍ରସାଦଙ୍କ ଦିନ ବଦଳିଗଲା ଏବଂ ସେ ସିଧାସଳଖ ଢାବାରୁ ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତୁ ପରେ କାନ୍ତ ପ୍ରସାଦ ଗୌରବଙ୍କୁ ଚୋର ବୋଲି କହି ତାଙ୍କ ଟଙ୍କା ଚୋରି କରିଥିବା ଅଭିଯୋଗ କରିଥିଲେ। କରୋନାର ଦ୍ୱିତୀୟ ଲହରରେ ଲକ୍‌ଡାଉନ୍‌ ହେବାରୁ କାନ୍ତା ପ୍ରସାଦଙ୍କ ଆୟ ଅପେକ୍ଷା ଅଧିକ ବ୍ୟୟ ହେବାକୁ ଲାଗିଲା। ଏଭଳି ପରିସ୍ଥିତିରେ ସେ ନିଜ ପୁରୁଣା ଦୋକାନକୁ ଫେରିଲେ। କାନ୍ତ ପ୍ରସାଦ ଢାବା ଚଳାଇବା ଆରମ୍ଭ କରିସାରିଥିବାରୁ ସେ ଗୌରବଙ୍କୁ କ୍ଷମା ମାଗିଛନ୍ତି। ଏହି ଘଟଣାରେ ପରେ ଗୌରବ ବୁଦ୍ଧ ଦମ୍ପତିଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତ, ଅନ୍ତ ଭଲ ତ, ସବୁ ଭଲ; ଭୁଲ କରିବା ଅପେକ୍ଷା, କ୍ଷମାକାରୀ ବଡ ଅଟେ।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.