Categories: ଖେଳ

୮୪ ବଲ୍‌ରେ ଫାଇନାଲ୍‌ ଆଭିମୁଖ୍ୟ ବଦଳାଇଦେଲା ନ୍ୟୁଜିଲାଣ୍ଡ

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ନିଜର ଆଭିମୁଖ୍ୟକୁ କଡାକଡି କରିଛି। ମ୍ୟାଚର ତୃତୀୟ ଦିନରେ ଦଳ ୮୪ ଟି ବଲରେ ୩୬ ରନ ଦେଇ ଟିମ ଇଣ୍ଡିଆର ୩ ଉଇକେଟ ନେଇ ମ୍ୟାଚକୁ ଫେରିଛି। ଦ୍ୱିତୀୟ ଦିନର ଖେଳ ଶେଷରେ ଟିମ ଇଣ୍ଡିଆର ସ୍କୋର ତିନି ଉଇକେଟ ହରାଇ ୧୪୬ ରନ ଥିଲା। ଦ୍ରୁତ ବୋଲର କେଏଲ ଜେମସନଙ୍କ ନେତୃତ୍ୱରେ କିୱି ବୋଲରମାନେ କେବଳ ଟିମ ଇଣ୍ଡିଆକୁ ଅସୁବିଧାରେ ପକାଇ ନାହାଁନ୍ତି, ବରଂ ସେମାନଙ୍କୁ ବ୍ୟାକଫୁଟରେ ମଧ୍ୟ ଠେଲି ଦେଇଛନ୍ତି।
ଟିମ ଇଣ୍ଡିଆ ଦିନର ୧୮ ତମ ବଲରେ ପ୍ରଥମ ଝଟକା ପାଇଥିଲା। କାଇଲ ଜେମସନ ବିରାଟ କୋହଲିଙ୍କୁ (୪୪) ଆଉଟ୍‌ କରିଥିଲେ। ତୃତୀୟ ଦିନରେ ବିରାଟ କୋହଲି ଗୋଟିଏ ରନ ସ୍କୋର ମଧ୍ୟ କରିପାରି ନ ଥିଲେ। ଏହା ପରେ ରିଷଭ ପନ୍ତ (୪) ମଧ୍ୟ ଏକ ବଡ଼ ଇନିଂସ ଖେଳିପାରି ନ ଥିଲେ। ତାଙ୍କୁ ଜେମସନ ମଧ୍ୟ ଆଉଟ୍‌ କରିଥିଲେ। ଅଜିଙ୍କେ ରାହାନେ (୪୯) ଭଲ ଖେଳୁଥବଲେ ମଧ୍ୟ ତାଙ୍କୁ ନିଲ ୱାଗନର୍‌ ଆଉଟ୍‌ କରିଥିଲେ। ଟିମ ଇଣ୍ଡିଆର ସ୍କୋର ୬ ଉଇକେଟରେ ୧୮୨ ରନ ହୋଇଥିଲା। ଅର୍ଥାତ୍‌ ୮୪ଟି ବଲରେ ୩୬ ରନ ପାଇଁ ଦଳ ତିନୋଟି ବଡ ଉଇକେଟ ହରାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.