ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମ୍ସନ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଏବେ ନ୍ୟୁଜିଲାଣ୍ଡ ଉଇକେଟ କିପର-ବ୍ୟାଟ୍ସମ୍ୟାନ ବିଜେ ୱାଟଲିଂ ମଧ୍ୟ ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ୱାଟଲିଂଙ୍କ ସ୍ଥାନରେ ଟମ ବ୍ଲେଣ୍ଡାଲ ଉଇକେଟ କିପିଂ ଦାୟିତ୍ୱ ନେବେ। ୱାଟଲିଂ ଏବଂ କେନ ୱିଲିୟମସନଙ୍କ ବ୍ୟତୀତ ମିଚେଲ ସାଣ୍ଟନର୍ ମଧ୍ୟ ଆହତ ହୋଇଛନ୍ତି ଏବଂ ଦ୍ୱିତୀୟ ଟେଷ୍ଟରେ ଅଂଶଗ୍ରହଣ କରିବେ ନାହିଁ। ଲର୍ଡସରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସାଣ୍ଟନରଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।
ଏଥି ସହିତ, ବାମହାତୀ ବ୍ୟାଟ୍ସମ୍ୟାନ ଟମ ଲାଥାମ ଜୁନ ୧୦ରୁ ଆରମ୍ଭ ହେଉଥିବା ଟେଷ୍ଟରେ ୱିଲିୟମସନଙ୍କ ସ୍ଥାନରେ ଅଧିନାୟକ ହେବେ। ଜୁନ ୧୮ ଠାରୁ ସାଉଥମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଖେଳାଯିବ।
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ
ବୁଦାପେଷ୍ଟ,୨୫।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ଏଫ୍’ରେ ପର୍ତ୍ତୁଗାଲ ଓ...
ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ: ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥୀ
ଲାହୋର,୧।୬: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟ ଟିମ୍ର ଅଧିନାୟକ ବାବର ଆଜମ। ଏବେ ଦମ୍ଦାର ଫର୍ମରେ ଥିବା ବାବର ନୂଆ ଇନିଂସ...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...
ୟୁରୋକପ୍ ଫୁଟ୍ବଲ: ବେଲ୍ଜିୟମର ହ୍ୟାଟ୍ରିକ ବିଜୟ
ସେଣ୍ଟ ପିଟର୍ସବର୍ଗ,୨୩।୬: ୟୁରୋକପ୍ରେ ବେଲ୍ଜିୟମ ତା’ର ଆଧିପତ୍ୟ ବଜାୟ ରଖିଛି। ଗ୍ରୁପ୍ ବି’ରେ ବେଲ୍ଜିୟମ ସବୁ ୩ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ହ୍ୟାଟ୍ରିକ ଅର୍ଜନ...
ଖପ୍ପା ହୋଇଥିଲେ ‘ଲିଟିଲ୍ ମାଷ୍ଟର’; ଇଡେନ୍ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ନେଇଥିଲେ ଶପଥ : କାରଣ ଜାଣିଲେ…
ନୂଆଦିଲ୍ଲୀ,୨୦।୬: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ...
ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି
ରିଓ ଡି ଜାନେଇରୋ,୧୬।୬: ଚିଲି ବିପକ୍ଷରେ ଆର୍ଜେଣ୍ଟିନା ତା’ର ପ୍ରଥମ ମ୍ୟାଚ୍ରେ କିମ୍ବଦନ୍ତୀ ଫୁଟ୍ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲା। ମ୍ୟାଚ୍ ପୂର୍ବରୁ ମାରାଡୋନାଙ୍କ...


