ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ, କୋଭାକ୍ସିନ୍ରେ ୩ରୁ ୨୦ ଦିନର ନବଜାତ ବାଛୁରୀ ସିରମ୍ ବ୍ୟବହାର କରାଯାଇଥାଏ। ବ୍ଲଡ୍ ପ୍ଳାଜ୍ମାରୁ ସିରମ୍ ସଂଗ୍ରହ କରାଯାଇ ଏଥିରେ କରୋ ମହାମାରୀ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ଭଳି ସିରମ୍ ସୃଷ୍ଟି କରାଯାଇଥାଏ। ଏହାକୁ ନେଇ କଂଗ୍ରେସ ଗୋହତ୍ୟା ଅଭିଯୋଗ ଆଣିଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଗୌରବ ପାନ୍ଧି ଏହାକୁ ନେଇ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ସେଣ୍ଟ୍ରାଲ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍ସିଓ) ପକ୍ଷରୁ ବିକାଶ ପାଟନି ନାମକ ଜଣେ ବ୍ୟକ୍ତିଙ୍କୁ ଏଭଳି ଉତ୍ତର ସମ୍ବଳିତ ଉତ୍ତର ପ୍ରଦାନ କରାଯାଇଥିବା ଗୌରବ ଦାବି କରିଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ କାମ ବୋଲି ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲୋକଙ୍କୁ ସୂଚନା ଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଧୋକ୍କା ଦେଇଥିବା ସେ ଟୁଇଟ୍ କରି କହିଛନ୍ତି। ଆଇସିଏମ୍ଆର୍ ପକ୍ଷରୁ ଦାଖଲ କରାଯାଇଥିବା ଗବେଷଣା ରିପୋର୍ଟରେ ପୂର୍ବରୁ ସୂଚିତ କରାଯାଇଥିଲା ଯେ, କୋଭାକ୍ସିନ୍ ତିଆରିରେ ନବଜାତ ପ୍ରାଣୀଙ୍କ ସିରମ୍ ବ୍ୟବହାର କରାଯାଇଛି। ଏହା ସମସ୍ତ ବାୟୋଲୋଜିକାଲ ଗବେଷଣାର ଅଂଶବିଶେଷ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ନବଜାତ ବାଛୁରୀର ୫ରୁ ୧୦ ପ୍ରତିଶତ ସିରମ୍ ସହିତ ଡଲବେକାର ମଡ଼ିଫାଏଡ୍ ଇଗଲ ମିଡିୟମ୍ (ଡିଏମ୍ଇଏମ୍) ବ୍ୟବହୃତ ହୋଇଥାଏ।
ଏନେଇ ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ଯେ, ଶେଷ ଫର୍ମୂଲେଶନରେ ବାଛରୀ ସିରମ୍ ବ୍ୟବହାର କରାଯାଇ ନ ଥାଏ। ବାଛୁରୀ ସିରମ୍ର ଭେରୋ ସେଲ୍କୁ କରୋନା ଭୂତାଣୁ ସଂକ୍ରମଣ ପାଇଁ ବ୍ୟବହାର କରାଯାଇଥାଏ। ପରେ ଭୂତାଣୁର ବିକାଶ ସହିତ ଭେରୋ ସେଲ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ପରେ ଏହି ଇନଆକ୍ଟିଭେଟେଡ୍ ଏବଂ ପ୍ୟୁରିଫାଏଡ୍ ଭାଇରାଲ ଗ୍ରୋଥ୍କୁ ଭାକ୍ସିନ୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ ବୋଲି ଭାରତ ବାୟୋଟେକ୍ କହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.