ବିଆର୍‌ପିଏଲ୍‌ ବିରୋଧରେ ଏନ୍‌ଜିଟି ମାମଲା: ଏସ୍‌ପିସିବିର ଲୋକଦେଖାଣିଆ ତଦନ୍ତ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ.ଏ.),୨୫ା୬: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶ ଅନୁସାରେ କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ(ବିଆର୍‌ପିଏଲ୍‌) କାରଖାନାରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ତଦନ୍ତ କରାଯାଇଛି। ଏହି ତଦନ୍ତରେ ଏସ୍‌ପିସିିବି ପକ୍ଷରୁ ପରିବେଶବିତ୍‌ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ସାମିଲ ହୋଇଥିଲେ। ରାଜ୍ୟ ସଭା ସଦସ୍ୟ ତଥା ବିଆର୍‌ପିଏଲ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଅଶ୍ୱିନୀ ବୈଷ୍ଣବ ଏବଂ ଅଭିଯୋଗକାରୀ ଅଶ୍ୱିନୀ ଧଳ ଓ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଏହି ତଦନ୍ତ ଟିମ୍‌ କାରଖାନାର ସାରଙ୍ଗପୁର ଗ୍ରାମ ପଟକୁ ଯେଉଁ ବର୍ଜ୍ୟଜଳ ଛଡାଯାଉଛି ବୋଲି ଅଭିଯୋଗ ହୋଇଥିଲା ସେ ଦିଗକୁ ଯାଇ ନ ଥିଲେ ା କେବଳ କାରଖାନା ଭିତରେ ତଦନ୍ତ ସୀମିତ ରହିିଥିଲା। ଏହାସହ ବିଆର୍‌ପିଏଲ୍‌ ଓ ଇଡ୍‌କୋ ପାଇପ୍‌ ଲାଇନ୍‌ର ସଂଯୋଗ ସ୍ଥଳ ଦେଖିଥିବାବେଳେ ସେଠାରୁ କୌଣସି ଜଳ ନମୁନା ସଂଗ୍ରହ ନ କରି ଫେରି ଯାଇଥିଲେ । ମୋଟାମୋଟି ଭାବେ ଏହି ତଦନ୍ତ ଲୋକଦେଖାଣିଆ ଥିଲା ବୋଲି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାସହ ତଦନ୍ତ ସମୟରେ ଜଣେ ରାଜ୍ୟ ସଭା ସଦସ୍ୟଙ୍କ ଉପସ୍ଥିତି ତଦନ୍ତ ଓ ରିପୋର୍ଟ ପ୍ରସ୍ତୁତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ବୋଲି ସମିତି ଆଶଙ୍କା ପ୍ରକାଶ କରିଛି। ତେଣୁ ଏନ୍‌ଜିଟିରେ ଉପଯୁକ୍ତ ତଦନ୍ତ ରିପୋର୍ଟ ଦାଖଲ ନ କଲେ ପୁଣି ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରାର୍ଥନା କରାଯିବ ବୋଲି ଅଭିଯୋଗକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବିଆର୍‌ପିଏଲ୍‌ କାରଖାନାର ବର୍ଜ୍ୟଜଳ ବାହାରକୁ ଛାଡି ଗଣ୍ଡାନାଳାକୁ ପ୍ରଦୂଷଣ କରୁଥିବା ନେଇ ଏନ୍‌ଜିଟିରେ ଏକ ମାମଲା(ନଂ.୧୪୯/୨୦୧୭/ଇଜେଡ) ରୁଜୁ ହୋଇଥିଲା। ଏହାପରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଏସ୍‌ପିସିବି ପକ୍ଷରୁ ତା.୨୫ା୧୦ା୨୦୧୭ରେ ଏକ ଯାଞ୍ଚ ରିପୋର୍ଟ ଦାଖଲ ହୋଇଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ୨୦୧୮ ଜୁଲାଇ ପ୍ରଥମ ସପ୍ତାହରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳାରେ ମିଶୁଛି ବୋଲି ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ନେଇ ସମିତି ପକ୍ଷରୁ ଏନ୍‌ଜିଟିରେ ପୁଣିଥରେ ନିରପେକ୍ଷ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଗୁରୁବାର ତଦନ୍ତ ସଂକ୍ରାନ୍ତରେ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି,ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ତଦନ୍ତ ହୋଇଛି। ତଦନୁସାରେ ରିପୋର୍ଟ ଦାଖଲ କରାଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.