ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ କାନ୍ଧ ଦେଇଛନ୍ତି। ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ନଦୀଗାଁ ପଞ୍ଚାୟତ ବଡ଼ତିରଣ ଗାଁରେ। ଗ୍ରାମର ବର୍ଷୀୟାନ କଳାକାର ବାସୁଦେବ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ପରିବାରର ସମସ୍ତ ସଦସ୍ୟ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ ବାସୁଦେବଙ୍କ ମୃତ୍ୟୁ ଘଟିଥିବା ବେଳେ ଭୟରେ ଗାଁ ଲୋକ ମୃତଦେହ ଛୁଇଁ ନ ଥିଲେ। ଏ ସମ୍ପର୍କରେ ଖବର ପାଇ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ନଦୀଗାଁ ସରପଞ୍ଚ ମନୋଜ ରାୟ ମହାପାତ୍ରଙ୍କ ସହ ସ୍ବାସ୍ଥ୍ୟକର୍ମୀ ପହଞ୍ଚି ପିପିଇ କିଟ୍ ପିନ୍ଧି ମୃତଦେହକୁ କାନ୍ଧ ଦେଇଥିଲେ। ଗ୍ରାମ ନିକଟ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.