ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା ଯୋଗୁ ବର୍ତ୍ତମାନ ସେଲୁନ, ବିୟୁଟି ପାର୍ଲର କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇପଡିଲାଣି। ବାରିକଙ୍କୁ କୌଣସି କୋଭିଡ୍ ସହାୟତା ମିଳିନି। ତେଣୁ ସେଲୁନ ଖୋଲିବାକୁ ଅନୁମତି ଦେବା ପାଇଁ ବରଗଡ଼ ଜିଲା ବାରିକ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛି । ଏହି କ୍ରମରେ ବାରିକ ସମାଜର ଏକ ପ୍ରତିନିଧି ଦଳ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବାରିକ ସମାଜର ଜିଲା ସଭାପତି ଦୁର୍ଗା ପ୍ରସାଦ ବାରିକ, ସମ୍ପାଦକ ଘନଶ୍ୟାମ ବାରିକ, ଉପଦେଷ୍ଟା ଅଶୋକ କୁମାର ପଶାୟତ, ଲାଭ ବାରିକ, ରୋହିତ ବାରିକଙ୍କ ସମେତ ଜିଲାର ୧୨ଟି ବ୍ଲକର ପ୍ରତିନିଧି ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.