ନୂଆଦିଲ୍ଲୀ,୬।୬: ଉତ୍ତରପ୍ରଦେଶ ଭାଜପା ପ୍ରଭାରୀ ରାଧାମୋହନ ସିଂ ରବିବାର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଅଦଳବଦଳ ହେବା କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ମନ୍ତ୍ରିମଣ୍ଡଳର କେତେକ ପଦବୀ ଉପଯୁକ୍ତ ସମୟରେ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି ବୋଲି ରାଧାମୋହନ କହିଛନ୍ତି। ମନ୍ତ୍ରିମଣ୍ଡଳରେ କେତେକ ଆସନ ଖାଲି ପଡ଼ିଥିଲେ ମଧ୍ୟ ତାହା ବିଶେଷ ବଡ଼ ଆସନ ନୁହେଁ ବୋଲି ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ କହିଛନ୍ତି। ରାଜ୍ୟପାଳଙ୍କ ସହ ତାଙ୍କର ସାକ୍ଷାତ ବ୍ୟକ୍ତିଗତ ବୋଲି ଭାଜପା ପ୍ରଭାରୀ ସୂଚନା ଦେଇଛନ୍ତି।
ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ
କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ...
ଏନ୍ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...
ବଢ଼ିଛି ଦ୍ୱନ୍ଦ୍ୱ ମନୋବୃତ୍ତି
ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ...
କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ
ଡେରାଡୁନ୍,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...


