ନୂଆଦିଲ୍ଲୀ,୧୧।୬ : ବର୍ତ୍ତମାନ ଭାଜପାରେ ଯେଉଁଭଳି ସ୍ଥିତି କେହି ରହିବାକୁ ଚାହୁଁନାହାନ୍ତି। ଭାଜପାରୁ ବାହାରିବା ପରେ ଚିହ୍ନା ଚେହେରା ଦେଖି ଭଲ ଲାଗୁଛି। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଥିବା ପଶ୍ଚିମବଙ୍ଗ ରାଜନୀତିର ଟାଣୁଆ ନେତା ମୁକୁଲ ରୟ ଏଭଳି ମନ୍ତବ୍ୟ ଦେଇଛନ୍ତି।
ଗୁରୁବାର ଟିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳକୁ ଫେରିଛନ୍ତି ମୁକୁଲ। ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ, ପାର୍ଥ ଚାଟାର୍ଜୀ, ସୁବ୍ରତ ମୁଖାର୍ଜୀ ଓ ସୁବ୍ରତ ବକ୍ଶିଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତି ଥିଲେ।
ମୁକୁଲଙ୍କ ଲେଉଟାଣି ସମ୍ପର୍କରେ ଟିଏମ୍ସି ସୁପ୍ରିମୋ ମମତା କହିଛନ୍ତି, ମୁକୁଲ ଦଳ ଛାଡ଼ି ଭାଜପା ପାଇଁ ପ୍ରଚାର କରିଥିଲେ। କିନ୍ତୁ ସେ କଦାପି ଦଳକୁ ନିନ୍ଦା କରି ନ ଥିଲେ। କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନର ଧମକ ଦେଇ ତାଙ୍କୁ ଭାଜପାରେ ସାମିଲ କରାଯାଇଥିଲା। କିନ୍ତୁ ଟଙ୍କା ଲୋଭରେ ନିର୍ବାଚନ ପୂର୍ବରୁ ଦଳକୁ ନିନ୍ଦା କରିଥିବା ନେତାଙ୍କ ପାଇଁ ଆଉ ଟିଏମ୍ସିରେ ଯାଗା ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.