Categories: ଜାତୀୟ

ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ

ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ ଚାରି ଚକିଆ ଗାଡ଼ିଠୁ ଆରମ୍ଭ କରି ବିବାହ ପେଣ୍ଡାଲ ସବୁ ଛାରଖାର କରିଦେଇଥିଲା ପ୍ରୋସେଶନରେ ଆସିଥିବା ହାତୀ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରୟାଗରାଜର ଆଲାମ୍ପୁର ଗ୍ରାମରେ ବିବାହ ଉତ୍ସବରେ। ଏହାକୁ ସ୍ପଷ୍ଟ କରିଛନ୍ତି ସାରାଇ ଇନାୟତ ଥାନା ଏସ୍‌ଏଚ୍‌ଓ ରାକେଶ ଚୌରାସିଆ।

ବିବାହ ଉତ୍ସବରେ ହାତୀକୁ ଅଣାଯାଇଥିଲା। ବର ଓ ଅତିଥିଙ୍କୁ ସ୍ବାଗତ କରିବା ପାଇଁ କନ୍ୟା ଘର ତରଫରୁ ବାଣ ଫୁଟା ଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ଭଙ୍ଗାରୁଜା କରିଥିଲା ହାତୀ। ଏଥି ଯୋଗୁ କୌଣସି ମୃତାହତ ହୋଇ ନ ଥିଲେ ମଧ୍ୟ ୨ଟି କାର, କିଛି ବାଇକ୍‌ ଓ ବିବାହ ପାଇଁ ସଜାଯାଇଥିବା ପେଣ୍ଡାଲ ନଷ୍ଟ ହୋଇଯାଇଥିଲା। ହାତୀର ଆଚରଣ ଦେଖି ବର ଓ ଅତିଥିମାନେ ଜୀବନ ବଞ୍ଚାଇବାକୁ ଏଣେତେଣ ଦୌଡ଼ିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଛି। ବହୁ କଷ୍ଟରେ ମାହୁତ ହାତୀକୁ ନିୟନ୍ତ୍ରଣକୁ ଆଣିଥିଲେ। ଏ ଘଟଣା ପରେ ଫରେଷ୍ଟ ରେଞ୍ଜର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ତେବେ ଏହି ଘଟଣାରେ ମାହୁତର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ମିଛ ପ୍ରଚାର କରାଯାଉଥିବା ଏସ୍‌ଏଚ୍‌ଓ ଚୌରସିଆ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.