ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬-

ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କେତେଜଣ କର୍ମଚାରୀ ପୌର କର୍ତ୍ତୃପକ୍ଷଙ୍କୁ ଅସହଯୋଗ କରୁଛନ୍ତି। ବାରମ୍ବାର କାର୍ଯ୍ୟବନ୍ଦ କରି ନାଲିଆଖି ଦେଖାଉଛନ୍ତି। ସମ୍ପାଦକଙ୍କୁ ପୁନଃ କାର୍ଯ୍ୟରେ ରଖିବା ଓ ଥାନାରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ସେମାନେ ଦାବି କରୁଛନ୍ତି। ହେଲେ ସଫେଇକୁ ପ୍ରାଥମିକତା ଦେଉଥିବା ପୌର କର୍ତ୍ତୃପକ୍ଷ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏପରି କି ନିଜ ଅଧୀନରେ ଥିବା କେତେଜଣ ସଫେଇ କର୍ମଚାରୀ ଓ ଠିକା ସଂସ୍ଥାର ଆଉ କେତେଜଣ ନୂଆ ଲୋକଙ୍କୁ ନେଇ ସହର ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ଏପରି ଘଟଣାକୁ ପୌର ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁତ୍ୱର ସହ ନେଇଛନ୍ତି। ଠିକା ସଂସ୍ଥାକୁ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାରୁ ସହଯୋଗର ହାତ ବଢ଼ାଯିବ। ଯଦି ଏଥିରେ ସହଯୋଗ ନ ମିଳେ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଛନ୍ତି।
ପ୍ରକାଶ ଯେ, ଦୁଇ ସପ୍ତାହ ହେଲା ଅନୁଗୋଳ ପୌରାଞ୍ଚଳରେ ସଫେଇ କାର୍ଯ୍ୟକୁ ନେଇ ବିବାଦ ଦେଖିବାକୁ ମିଳୁଛି। ସହରର ୨୩ଟି ୱାର୍ଡ ପାଇଁ ୧୩୧ ଜଣ ଠିକା କର୍ମଚାରୀଙ୍କ ସହ ପୌରପାଳିକାର ନିଜସ୍ବ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ସଫେଇକୁ ନେଇ ସହରବାସୀଙ୍କ ଅସନ୍ତୋଷ ପରେ ପୌର ପାଳିକା ପକ୍ଷରୁ ଠିକା ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରାଯିବାରୁ ବିବାଦ ଜଟିଳ ହୋଇଚାଲିଛି। ବିଦା ହୋଇଥିବା ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ ନାନା ଅଭିଯୋଗ ଆସିଥିଲା। କାର୍ଯ୍ୟରେ ଅବହେଳା ସହ ବିଭିନ୍ନ ଅନିୟମିତତା, ସ୍ବଚ୍ଛ ସାଥୀଙ୍କୁ ଦୁର୍ବ୍ୟବାହାର, ଆବର୍ଜନା ବିକ୍ରି କରିବା ନେଇ ସ୍ବଚ୍ଛ ସାଥୀଙ୍କ ପାଖରୁ ଡ୍ରାଇଭରଙ୍କ ପର୍ଯ୍ୟନ୍ତ ସମସ୍ତେ ଲିଖିତ ଅଭିଯୋଗ କରିଥିଲେ। ତେବେ ସଫେଇ କାର୍ଯ୍ୟ ସୁରୁଖୁରରେ ହେବା ପାଇଁ ପ୍ରଶାସନ ଚୁପ୍‌ ରହିଥିଲା। କିନ୍ତୁ ସଂଘ ବାହାନାରେ ସଫେଇ କର୍ମଚାରୀମାନଙ୍କ ଅସହଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ପୌର କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। ଅନ୍ୟ ସଫେଇ କର୍ମଚାରୀଙ୍କୁ ସଂଘର ସମ୍ପାଦକ ଓ ଅନ୍ୟ ଦୁଇଜଣ ଧମକ ଦେବା ନେଇ ପୌର କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଠିକା ସଂସ୍ଥାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସଫେଇ କାର୍ଯ୍ୟ କରାଗଲେ ମାମଲା ପ୍ରତ୍ୟାହାର ହେବ ଓ ସଂଘ ସମ୍ପାଦକଙ୍କୁ ଏବେ ଯୋଗ ଦେବାକୁ ଦିଆଯିବ ନାହିଁ ବୋଲି ପୌର କର୍ତ୍ତୃପକ୍ଷ ସର୍ତ୍ତ ରଖିଥିଲେ। କିନ୍ତୁ ଠିକା ସଫେଇ କର୍ମଚାରୀମାନେ ଏଥିରେ ରାଜି ନ ହେବାରୁ ପୌର କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରି ସହର ସଫେଇ ଜାରି ରଖିଛନ୍ତି। ପୌର ସଂସ୍ଥାର ସଫେଇ କର୍ମଚାରୀ ଓ ସ୍ବଚ୍ଛସାଥୀ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି। ଏଥିରେ ଠିକା ସଂସ୍ଥାର ୨୫ ଜଣ କର୍ମଚାରୀ ସୋମବାର ଠାରୁ ଯୋଗ ଦେଇଛନ୍ତି।
ସଫେଇ ଦାୟିତ୍ୱ ଠିକା ସଂସ୍ଥାର
ଅନୁଗୋଳ ସହର ସଫେଇ ଦାୟିତ୍ୱ ଟେଣ୍ଡର କରାଯାଇ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଛି। ସହର କିଭଳି ଭାବେ ପରିଷ୍କାର ରହିବ ତାହା ଠିକାସଂସ୍ଥାର ଦାୟିତ୍ୱ। ଉକ୍ତ ସଂସ୍ଥାକୁ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଯଦି ସଂସ୍ଥା ସଫେଇ କରିପାରିବ ନାହିଁ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ ତଥା ପୌର ପ୍ରଶାସକ
କାର୍ଯ୍ୟରେ ହେଳା ସହ୍ୟ କରାଯିବ ନାହିଁ
ବିକଳ୍ପ ବ୍ୟବସ୍ଥାରେ ସହର ସଫେଇ କାର୍ଯ୍ୟ କରାଯାଉଛି। ଯେଉଁମାନେ ଅସହଯୋଗ କରିବେ, ସେମାନଙ୍କୁ ବରଖାସ୍ତ କରାଯିବ। ପୁୁରୁଣା ସଫେଇ କର୍ମଚାରୀମାନେ ଆସି କାର୍ଯ୍ୟ କଲେ ସେମାନଙ୍କୁ ସହଯୋଗ ଦିଆଯିବ। ଏଥିରେ କୌଣସି ପ୍ରକାର ହେଳାକୁ ସହ୍ୟ କରାଯିବ ନାହିଁ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଜାଲିଆତି ଧରିଲେ ନାଲି ଆଖି
ସହର ସଫେଇ କାର୍ଯ୍ୟରେ ନିୟୋଜିତ କେତେଜଣ କର୍ମଚାରୀ ଜାଲିଆତି କରୁଥିଲେ। ଲୋକଙ୍କ ଘରୁ ସଂଗ୍ରହ ହେଉଥିବା ପ୍ଲାଷ୍ଟିକ ଓ କାଚକୁ ସେମାନେ ବାହାରେ ବିକ୍ରି କରୁଥିଲେ। ଏହା ଧରିବାରୁ ସଂଘର ସମ୍ପାଦକ ନାଲି ଆଖି ଦେଖାଇଥିଲେ। ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ ଅସଯୋଗ କରି ଆସିଛନ୍ତି।
-ସସ୍ମିତା ସିଂହ, ସ୍ବଚ୍ଛସାଥୀ
ନୂଆ ଲୋକଙ୍କୁ ନେଇ କାମ ଜାରି ରହିଛି
ପୁରୁଣା ସଫେଇ କର୍ମଚାରୀମାନେ ଅସହଯୋଗ କରିବାରୁ ନୂଆ ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଯାଏ ପୁରୁଣା କର୍ମଚାରୀମାନେ ସଂସ୍ଥା ନିକଟକୁ ଆସିନାହାନ୍ତି। ଯଦି ସେମାନେ କାର୍ଯ୍ୟ କରିବାକୁ ପୁଣିଥରେ ଆଗ୍ରହ ଦେଖାଇବେ ତା’ହେଲେ କାମ ଯୋଗାଇ ଦିଆଯିବ।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.