କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ କିମ୍‌ ଜୋଙ୍ଗ ଉନ୍‌ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି କହିଛନ୍ତି। ପରିଣାମସ୍ବରୂପ ଦେଶବାସୀ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି। ଯାହା କିଛି ବି ମିଳୁଛି ସେଥିପାଇଁ ଅନେକ ଗୁଣ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି।

ଉତ୍ତର କୋରିଆ ଉପରେ ନଜର ରଖୁଥିବା ଓ୍ବେବସାଇଟ୍‌ ‘ଏନ୍‌କେ ନ୍ୟୁଜ୍‌’ର ରିପୋର୍ଟ ଅନୁଯାୟୀ ଏଠାରେ ଅନେକ ଜରୁରୀ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଛି। ଗୋଟିଏ ସାମ୍ପୁ ବୋତଲ ୨୦୦ ଡଲାରରେ ବିକ୍ରି ହେଉଥିବା ବେଳେ କଦଳୀ ଗ୍ରାମ ପିଛା ୪୫ ଡଲାରରେ ବିକ୍ରି ହେଉଛି। ଭାରତୀୟ ମୁଦ୍ରାରେ ଦେଖିଲେ ସାମ୍ପୁ ପାଇଁ ଲୋକଙ୍କୁ ୧୫୦୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ୧ କିଲୋଗ୍ରାମ କଦଳୀ ଲାଗି ୩୦୦୦ ଟଙ୍କା ଦେବାକୁ ପଡ଼ୁଛି। କେବଳ ଏତିକି ନୁହେଁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ମଧ୍ୟ ବଢ଼ୁଛି।

ତେବେ କିମ୍‌ ଦେଶର ଦାରିଦ୍ରକୁ ଦୂର କରିବାରେ ବିଫଳ ହୋଇଥିବା ଅନ୍ତର୍ଜାତୀୟ ବିଶ୍ଳେଶକମାନେ ଆଲୋଚନା କରୁଛନ୍ତି। ପିତାଙ୍କଠାରୁ କ୍ଷମତା ନେବା ସମୟରେ ସେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ସଠିକ ଭାବେ ପାଳନ କରିନାହାନ୍ତି। ଏହାପଛରେ କରୋନା ସଙ୍କଟ ଏବଂ ଆଣବିକ କାର୍ଯ୍ୟକ୍ରମ ହେତୁ ଦେଶ ଉପରେ ଲାଗିଥିବା ପ୍ରତିବନ୍ଧକ ପ୍ରମୁଖ କାରଣ ବୋଲି କୁହାଯାଉଛି।

କରୋନା ସଂକ୍ରମଣ ହେତୁ ଉତ୍ତର କୋରିଆ ଦେଢ଼ ବର୍ଷରୁ ଅଧିକ ସମୟ ପାଇଁ ଏହାର ସୀମା ବନ୍ଦ କରିଦେଇଛି। ଏହାଦ୍ୱାରା ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଚୀନ ସହ ଏହାର ଅଧିକାଂଶ ବାଣିଜ୍ୟ ହୋଇଆସୁଛି। ଅନେକ ଖାଦ୍ୟ ସାମଗ୍ରୀ, ସାର ଓ ଇନ୍ଧନ ପାଇଁ ଉତ୍ତରକୋରିଆ ମୁଖ୍ୟତଃ ଚାଇନା ଉପରେ ନିର୍ଭରଶୀଳ। ହେଲେ ସୀମା ବନ୍ଦ ହେବା କାରଣରୁ ବାଣିଜ୍ୟକୁ କ୍ଷତି ସହିବାକୁ ପଡ଼ିଛି। ଏଥିସହ ଆଣବିକ କାର୍ଯ୍ୟକ୍ରମ ଯୋଗୁ ଉତ୍ତରକୋରିଆ ଉପରେ ମଧ୍ୟ ଅନ୍ତର୍ଜାତୀୟ କଟକଣା ଲାଗୁ କରାଯାଇଛି। ଏହାର ପ୍ରଭାବ ଅର୍ଥନୈତିକ ବିକାଶ ଉପରେ ପଡ଼ିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.