ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଗ୍ରୀସ୍ର ଷ୍ଟିଫାନୋସ ସିତ୍ସିପାସ୍ଙ୍କୁ ୬-୭(୬/୮), ୨-୬, ୬-୩, ୬-୨, ୬-୪ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରଭାବୀ ପ୍ରଦର୍ଶନ କରି ସିତ୍ସିପାସ ପ୍ରଥମ ୨ଟି ସେଟ୍ରେ ବିଜୟୀ ହୋଇ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲର ନିକଟତର ହୋଇଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ବାଜି ମାରିଥିଲେ ଜୋକୋଭିଚ୍। ମ୍ୟାଚଟି ୪ ଘଣ୍ଟା ୧୧ ମିନିଟଧରି ଚାଲିଥିଲା। ଏହାକୁ ମିଶାଇ ଜୋକୋଭିଚ୍ ଦ୍ୱିତୀୟ ଥରପାଇଁ ଫ୍ରେଞ୍ଚ୍ ଓପନ ଏବଂ ଓଭରଅଲ୍ ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ୨୦୧୬ରେ ସେ ଫ୍ରେଞ୍ଚ୍ ଓପନ ଟାଇଟଲ ଜିତିଥିଲେ। ଅର୍ଥାତ୍ ୫ ବର୍ଷ ବ୍ୟବଧାନରେ ସେ ପୁଣି ରୋଲାଣ୍ଡ ଗାରୋସ୍ର ଲାଲ୍ ମାଟିରେ ବିଜୟ ଧ୍ୱଜା ଉଡ଼ାଇଛନ୍ତି। ଜୋକୋଭିଚ୍ ୨୦୦୮, ୨୦୧୧, ୨୦୧୨, ୨୦୧୩, ୨୦୧୫, ୧୦୧୬, ୨୦୧୯, ୨୦୨୦ ଓ ୨୦୨୧ରେ ଅଷ୍ଟ୍ରେଲିଆନ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇଥିବାବେଳେ ୨୦୧୧, ୨୦୧୪, ୨୦୧୫, ୨୦୧୮ ଓ ୨୦୧୯ରେ ଓ୍ବିମ୍ବେଲଡନ ଏବଂ ୨୦୧୧, ୨୦୧୫ ଏବଂ ୨୦୧୮ରେ ୟୁଏସ୍ ଓପନ ଟାଇଟଲ ହାସଲ କରିଥିଲେ। ଅନ୍ୟପକ୍ଷରେ ସିତ୍ସିପାସ ୨୦୧୯ ଓ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିବାବେଳେ ୨୦୧୮ରେ ଓ୍ବିମ୍ବେଲଡନରେ ୪ର୍ଥ ରାଉଣ୍ଡ ପ୍ରବେଶ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ସେ ୨୦୨୦ରେ ୟୁଏସ୍ ଓପନରେ ସର୍ବାଧିକ ୩ୟ ରାଉଣ୍ଡ ପର୍ଯ୍ୟନ୍ତ ଉନ୍ନୀତ ହୋଇ ପାରିଥିଲେ। ଫ୍ରେଞ୍ଚ୍ ଓପନରେ ରନର୍ସଅପ୍ ହେଉଛି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.