ଓ୍ବାଶିଂଟନ୍,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ ଟିକା ଏକମାତ୍ର ଅସ୍ତ୍ରୀ ବୋଲି କୁହାଯାଉଛି। ଏସବୁ ଭିତରେ ଆମେରିକାର ଟିକା ନିର୍ମାତା କମ୍ପାନୀ ନୋଭାଭାକ୍ସ ସୋମବାର ଦାବି କରିଛି ଯେ, କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା କରୋନା ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ। ଆମେରିକା ଏବଂ ମେକ୍ସିକୋରେ କରାଯାଇଥିବା ଏକ ବୃହତ ତଥା ଅନ୍ତିମ ପର୍ଯ୍ୟାୟ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି। କମ୍ପାନୀ କହିଛି ଯେ, ଏହି ଟିକା ସାମଗ୍ରିକ ଭାବେ ୯୦ ପ୍ରତିଶତ ପ୍ରଭାବଶାଳୀ ଅଟେ। ପ୍ରାଥମିକ ତଥ୍ୟରୁ ଏହା ସୁରକ୍ଷିତ ବୋଲି ବୋଲି ଜଣାପଡିଛି। ନୋଭାଭାକ୍ସ ଟିକା ଷ୍ଟାଣ୍ଡାର୍ଡ ରେଫ୍ରିଜରେଟର ତାପମାତ୍ରାରେ ଗଚ୍ଛିତ ହୋଇପାରିବ ଏବଂ ବିତରଣ କରିବା ସହଜ। ବିକାଶଶୀଳ ଦେଶମାନଙ୍କୁ ଏହି ଟିକା ଯୋଗାଣକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
କମ୍ପାନୀ କହିଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର ପାଇଁ ଏହି ଟିକା ପାଇଁ ଅନୁମୋଦନ ଲୋଡିଛି ଏବଂ ସେତେବେଳକୁ ଏହା ମାସକୁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବାରେ ସକ୍ଷମ ହେବ। ନୋଭାଭାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟାନଲି ଏର୍କ କହିଛନ୍ତି ଯେ ଆମର ଅନେକ ପ୍ରାରମ୍ଭିକ ମାତ୍ରା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶକୁ ଯିବ। ନୋଭାଭକ୍ସର ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋରେ ୧୮ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୩୦,୦୦୦ ଲୋକ ସାମିଲ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.